କରୋନାର ବିଶଲ୍ୟକରଣୀ ପ୍ଲାଜ୍ମା ଚିକିତ୍ସା! ଭାରତ ବି ଆରମ୍ଭ କରିବ ଏହି ଯାଦୁଗରୀ ଚିକିତ୍ସା

ମୁକାବିଲା ପାଇଁ ସ୍ଥଳସେନା ଆରମ୍ଭ କରିଛି କମ୍‌ ମୁଲ୍ୟର ଥର୍ମାଲ୍‌ ସ୍କାନର

ସିଙ୍ଗାପୁର: ମହାମାରୀ କୋଭିଡ୍–୧୯ କବଳରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପଶମ ବ୍ୟବସ୍ଥା ବାହାର କରିବା ପାଇଁ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତିା ତେବେ ଏ ପରିପ୍ରେକ୍ଷୀରେ ବିଶଲ୍ୟକରଣୀ ଭାବେ ମନେହେଉଥିବା ପ୍ଲାଜ୍ମା ଚିକିତ୍ସା ହିଁ କରୋନାର ସଫଳ ମୁକାବିଲା କରିପାରିବ ବୋଲି ଅନେକ ଆଶାବାଦୀ ଅଛନ୍ତିା ତଦନୁସାରେ ଚୀନ୍, ଆମେରିକା, ତୁର୍କୀ ଆଦି ଦେଶରେ ଏହାର ପ୍ରୟୋଗ ସହ ଅନୁକୂଳ ଫଳାଫଳ ମିଳିବା ଆରମ୍ଭ ହୋଇଯାଇଥିବା ବେଳେ ଭାରତ ବି ଏଥିରେ ନିଜସ୍ବ ଛାପ ଛାଡି଼ବା ପାଇଁ ଅଣ୍ଟା ଭିଡି଼ଛିା ଦେଶରେ ସମ୍ପ୍ରତି ମରଣ ସହ ଯୁଝୁଥିବା ଅତି ସାଂଘାତିକ କରୋନା ରୋଗୀଙ୍କୁ ଏହି ଅଭିନବ ପ୍ଲାଜ୍ମା ଚିକିତ୍ସା ଯୋଗାଇଦେବା ପାଇଁ ଅନୁମତି ଲୋଡ଼ିଥିବା ବିଭିନ୍ନ ପ୍ରତିଷ୍ଠାନକୁ ଦେଶର ଭେଷଜ ଗବେଷଣାର ଶୀର୍ଷ ସଂସ୍ଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଗୁରୁବାର ଅନୁମୋଦନ କରିଛିା

ଏହି ପରିପ୍ରେକ୍ଷୀରେ ଆଇସିଏମ୍ଆର୍‌ଠାରୁ ସବୁଜ ସଂକେତ ପାଇ ସାରିଥିବା କେରଳର ଶ୍ରୀ ଚିତ୍ରା ତିରୁନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ୍ ସାଇନ୍ସେସ୍‌ ଆଣ୍ତ୍ ଟେକ୍ନୋଲୋଜି ଭାରତୀୟ ଔଷଧି ନିୟନ୍ତ୍ରକଙ୍କ ଠାରୁ ଅନୁମତି ପାଇବା ପରେ କେରଳର ଅନ୍ୟ ପା‌ଟି ଭେଷଜ ମହାବିଦ୍ୟାଳୟକୁ ଧରି ଚଳିତ ମାସ ଶେଷ ଆଡ଼କୁ ପ୍ଲାଜ୍ମା ଚିକିତ୍ସା ଆରମ୍ଭ କରିବ ବୋଲି ଜଣାଯାଇଛିା ସେହିପରି ଦିଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ତ୍ ବିଲିଆରି ସାଇନ୍ସେସ୍‌ ପକ୍ଷରୁ ଆସନ୍ତା ତିନି ଚାରି ଦିନ ଭିତରେ ମଧ୍ୟ ପ୍ଲାଜ୍ମା ଚିକିତ୍ସା ଆରମ୍ଭ କରାଯିବାକୁ ଥିବା ବେଳେ ଚଣ୍ତୀଗଡ଼ ସ୍ଥିତ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ତ୍ ରିସର୍ଚ୍ଚ ମଧ୍ୟ ଅନୁରୂପ ଚିକିତ୍ସା ପାଇଁ ଯୋଜନା କରୁଛିା ତେବେ ଏହି ଚିକିତ୍ସା ପଦ୍ଧତି ବର୍ତ୍ତମାନ ପାଇଁ କେବଳ ଭେଣ୍ଟିଲେଟର ସହାୟତାରେ ଥିବା ଗୁରୁତର ରୋଗୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଇଣ୍ତିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜିର ନିେର୍ଦ୍ଦଶକ ମନୋଜ ମୁହେରକର କହିଛନ୍ତିା

ଏଠାରେ ସୂଚନାଯୋଗ୍ୟ, ଏହି ଚିକିତ୍ସା ପଦ୍ଧତିରେ ଜଣେ କରୋନା ଆକ୍ରାନ୍ତ ସମ୍ପୂର୍ଣ ରୋଗମୁକ୍ତ ହେବା ପରେ ତାହାର ରକ୍ତରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ଅନ୍ୟ କରୋନା ପୀଡି଼ତଙ୍କ ଠାରେ ଛଡ଼ାଯାଇଥାଏା ସାଧାରଣତଃ ବାହ୍ୟ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ଶରୀରରେ ଆଣ୍ଟିବଡି ବା ସଂକ୍ରମଣ ପ୍ରତିରୋଧକ ସୃଷ୍ଟି ହୋଇଥାଏା ଏହି ଆଣ୍ଟିବଡି ରକ୍ତରେ ବିଶେଷ କରି ପ୍ଲାଜ୍ମା ଭାବରେ ହିଁ ବର୍ଷ ବର୍ଷ ଧରି ରହିଥାଏା ଯାହା ଶରୀରରେ ଯେତେ ଅଧିକ ପ୍ଲାଜ୍ମା ରହିଥିବ ତାହାର ସଂକ୍ରମଣ ବିରୋଧୀ କ୍ଷମତା ସେତେ ଅଧିକା ସୁତରାଂ ଜଣେ କରୋନାରୁ ସମ୍ପୂର୍ଣ ଆରୋଗ୍ୟ ହୋଇଥିବା ରୋଗୀର ପ୍ଲାଜ୍ମା ହିଁ କରୋନା ସଂକ୍ରମଣକୁ ସଫଳ ଭାବେ ପ୍ରତିରୋଧ କରିପାରିଛିା ତେଣୁ ତାହାର ପ୍ଲାଜ୍ମାକୁ ନେଇ ଅନ୍ୟ କରୋନା ପୀଡି଼ତ ଠାରେ ଉପଯୋଗ କରାଗଲେ ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଆଶା କରାଯାଉଛିା

ଉଲ୍ଲେଖନୀୟ, ଏହି ପ୍ଲାଜ୍ମା ଚିକିତ୍ସା ଏବେକାର ନୂଆ ନୁହେଁ । ପୂର୍ବରୁ ୧୯୧୮ ଓ ୧୯୫୭ ମସିହାର ଫ୍ଲୁ ମହାମାରୀର ଆବିର୍ଭାବ ବେଳେ ଏପରି ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ରକ୍ତକଣିକାରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ଅନ୍ୟାନ୍ୟ ପୀଡି଼ତଙ୍କଠାରେ ପ୍ରୟୋଗ କରାଯାଇଥିଲା ଏବଂ ଆଶାନୁରୂପ ଫଳାଫଳ ମଧ୍ୟ ମିଳିଥିଲା।

ମୁକାବିଲା ପାଇଁ ସ୍ଥଳସେନା ଆରମ୍ଭ କରିଛି କମ୍‌ ମୁଲ୍ୟର ଥର୍ମାଲ୍‌ ସ୍କାନର
ନୂଆଦିଲ୍ଲୀ : କରୋନା ମୁକାବିଲା ଦିଗରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିବାପାଇଁ ଭାରତୀୟ ସ୍ଥଳସେନା କିଛି କମ୍‌ ମୂଲ୍ୟର ଉପକରଣ ତିଆରି କରିଛି। ଭାରତୀୟ ସେନାର ଅଫିସିଆଲ୍‌ ଟ୍ବିଟର ଆକାଉଣ୍ଟ୍‌ରୁ ଆଜି ଏକ ଟ୍ବିଟ୍‌ କରି କୁହାଯାଇଛି ‌ଯେ ଏହା ଅଭିନବ ଉପାୟରେ ସର୍ଜିକାଲ୍‌ ମାସ୍କ, ହ୍ୟାଣ୍ଡ୍‌ ସାନିଟାଇଜର, ଏଣ୍ଟି ଏରୋସଲାଇଜେସନ୍‌ ବକ୍ସ୍‌ ଏବଂ ଥର୍ମାଲ୍‌ ସ୍କାନର ତିଆରି କରିଛି। ଭାରତୀୟ ନୌସେନା ଭେଣ୍ଟିଲେଟର ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଡିଜାଇନ୍‌ କରିବାପରେ ଭାରତୀୟ ସ୍ଥଳ ସେନା ପକ୍ଷରୁ ଚିକିତ୍ସା କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବାପାଇଁ ଏହିସବୁ ଉଦ୍ଭାବନ କରାଯାଇଛି। ଭାରତୀୟ ‌ନୌସେନା ଦ୍ବାରା ଭେଣ୍ଟିଲେଟର ପାଇଁ ହୋଇଥିବା ଏହି ସ୍ବତନ୍ତ୍ର ଡିଜାଇନ୍‌ ଦ୍ବାରା ଗୋଟିଏ ସିଙ୍ଗଲ୍‌ ଅକ୍ସିଜେନ୍‌ ସିଲିଣ୍ଡର୍‌ରରୁ ଏକାବେଳେ ୬ ଜଣଙ୍କୁ ଅକ୍ସିଜେନ୍‌ ଦିଆଯାଇପାରିବ। ଅ୍ୟପକ୍ଷେ ଡିଆରଡିଓ (ପ୍ରତିରକ୍ଷା ଗବେଷଣା‌ ଏବଂ ବିକାଶ ଅନୁଷ୍ଠାନ) ଏବେ ବିଶୋଧନକାରୀ ସ୍ପ୍ରେ କରିବା ପାଇଁ ଅଗ୍ନି ନିର୍ବାପକ ଉପକରଣକୁ ମେସିନ୍‌ରେ ଖଞ୍ଜୁଛି। ଏହି ମେସିନ୍‌ଗୁଡ଼ିକୁ ରାସ୍ତା ଏବଂ ଅନ୍ୟ ଚଟାଣ ସଂକ୍ରମଣମୁକ୍ତ କରିବାପାଇଁ ବ୍ୟବହାର କରାଯାଉଛି। ଡିଆରଡିଓ ମଧ୍ୟ ମେଡିକାଲ କର୍ମୀଙ୍କ କାର୍ଯ୍ୟରେ ସହଯୋଗ କରିବାକୁ ସେମାନଙ୍କ ପାଇଁ ବା‌ୟୋ ସୁଟ୍‌ ପ୍ରସ୍ତୁତ କରିଛି।

ସମ୍ବନ୍ଧିତ ଖବର