ପଞ୍ଜାବର ଅମୃତସରରେ ୨ଜଣ କରୋନାଭାଇରସ୍‌ରେ ସଂକ୍ରମିତ

ଅମୃତସର: ପଞ୍ଜାବର ଦୁଇଜଣ ବ୍ୟକ୍ତି କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା କଥା ପ୍ରାଥମିକ ପରୀକ୍ଷଣରୁ ଜଣାପଡ଼ିଛି ବୋଲି ଶନିବାର ଦିନ ଗୁରୁ ନାନକ ଦେବ ହସ୍‌ପିଟାଲ୍‌ର ଡାକ୍ତରମାନେ କହିଛନ୍ତି। ଦୁହେଁ ବୁଧବାର ଦିନ କରୋନାଭାଇରସ୍‌ ପ୍ରପୀଡ଼ିତ ଇଟାଲିରୁ ଫେରିଥିଲେ।

ଇଉରୋପୀୟ ଦେଶ ଇଟାଲିରୁ ଫେରିବା ସମୟରେ ଅମୃତସର ବିମାନ ବନ୍ଦରରେ ତାଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଇଥିଲା। ସେଥିପାଇଁ ଦୁହିଁଙ୍କୁ ଡାକ୍ତରଖାନାର ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଥିଲା।

Image Source: The Statesman

ଡାକ୍ତରଖାନାର ସିଭିଲ୍‌ ସର୍ଜନ ଡାକ୍ତର ପ୍ରଭଦୀପ କୌର୍‌ ଜୋହଲ୍‌ କହିଛନ୍ତି ଯେ ପୁଣେସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜିକୁ ସେମାନଙ୍କ ନମୁନା ପଠାଯାଇଥିଲା। ସେଠାରୁ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ନିଶ୍ଚିତ ହେବା ନିମନ୍ତେ ସେମାନଙ୍କ ନମୁନା ଦ୍ୱିତୀୟ ଥର ଲାଗି ପଠାଯାଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଫଳାଫଳ ଜଣାପଡ଼ିଯିବ ବୋଲି ସେ କହିଛନ୍ତି।

ଯଦି ଦ୍ୱିତୀୟ ଥର ପଠଯାଇଥିବା ନମୁନା ପଜିଟିଭ୍‌ ଆସେ, ତେବେ ଭାତରରେ ସମୁଦାୟ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଞ୍ଚିବ।

ସମ୍ବନ୍ଧିତ ଖବର