କରୋନାଭାଇରସ୍‌ରେ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ, ୧୦ଦିନ ଧରି ବିନା ବିଶ୍ରାମରେ କରୁଥିଲେ ରୋଗୀଙ୍କ ଚିକିତ୍ସା

ନୂଆଦିଲ୍ଲୀ: ଦୁନିଆରେ ଏଯାବତ୍ ୨୮, ୨୬୨ଜଣଙ୍କ ଶରୀରରେ କରୋନାଭାଇରସ୍‌ ଚିହ୍ନଟ ହୋଇଥିବା ବେଳେ ଚୀନରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୮, ୦୧୮ରେ ପହଞ୍ଚିଛି। ଏହି କ୍ରମରେ କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ୫୬୫ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

कोरोना वायरसः 5 डिग्री में 10 दिन से लगातार ड्यूटी पर था डॉक्टर, मौत
aajtak

ତେବେ ଏହି କରୋନାଭାଇରସ୍‌ର ପ୍ରଭାବ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବି ପଡ଼ିଛି। କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭାଇରସ୍‌ରେ ଶିକାର ହୋଇ ଡାକ୍ତରଙ୍କ ମୃତ୍ୟୁ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

कोरोना वायरसः 5 डिग्री में 10 दिन से लगातार ड्यूटी पर था डॉक्टर, मौत
aajtak

ମୃତ ୨୭ବର୍ଷୀୟ ଡାକ୍ତର ସଙ୍ଗ ଇଙ୍ଗିଜ୍‌ ଜାନୁଆରି ୨୫ ତାରିଖରୁ ଗତ ୧୦ଦିନ ଧରି ହାଡ଼ଭଙ୍ଗା ଶୀତରେ ହୁନାନ୍‌ ପ୍ରାନ୍ତରେ ସ୍ଥାନୀୟ କ୍ଲିନିକ୍‌ରେ ନିୟୋଜିତ ଥିଲେ। ହୁନାନରେ ତାପମାତ୍ର ଦିନରେ ୮ଡିଗ୍ରି ରହୁଥିବା ବେଳେ ରାତିରେ ଏହା ୫ଡିଗ୍ରିକୁ ଚାଲି ଯାଇଥାଏ। ଏଭଳି ପରିସ୍ଥିତିରେ ଡାକ୍ତର ସଙ୍ଗ୍ ଇଙ୍ଗିଜ୍‌ ଓ ତାଙ୍କ ଏକ ଟିମ୍‌ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଚାଳକ ଓ ଯାତ୍ରୀମାନଙ୍କ ଶରୀର ତାପମାତ୍ରା ଦିନରାତି ଯାଞ୍ଚ କରୁଥିଲେ। ବିନା ବିଶ୍ରାମରେ ଲଗାତାର ୧୦ଦିନ ଧରି କାମ କରିବା କାରଣରୁ ଗତ ସୋମବାର ଡାକ୍ତର ସଙ୍ଗ ଇଙ୍ଗିଜଙ୍କ ହୃଦଘାତ ହୋଇଥିଲା। ହୃଦଘାତ ପରେ ଡାକ୍ତରଖାନା ଆଣିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

ଡାକ୍ତର ସଙ୍ଗ୍ ଇଙ୍ଗିଜ୍‌ଙ୍କ ବଡ଼ ଭଉଣୀ ବି ଜଣେ ଡାକ୍ତର। ସେ ଉହାନ୍‌ରେ ରୋଗୀଙ୍କ ଚିକିତ୍ସାରେ ଲାଗି ରହିଛନ୍ତି। ଏଥିପାଇଁ ଭାଇଙ୍କର ଅନ୍ତିମ ସଂସ୍କାରରେ ସେ ଯୋଗ ଦେଇ ପାରିବେ ନାହିଁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର