ବେଜିଂ : ବିଶ୍ବବ୍ୟାପୀ ଆତଙ୍କର କାରଣ ହୋଇଥିବା କରୋନା ଭାଇରସ୍ର ମୁକାବିଲା ପାଇଁ ଏବେ ବିଶ୍ବର ୨୩ଟି ରାଷ୍ଟ୍ରରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। କରୋନା ଭାଇରସ୍ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ଚୀନ୍ ବିରୋଧୀ ମାନସିକତା ଦେଖିବାକୁ ମିଳିଛି। ଅନେକ ରାଷ୍ଟ୍ର ଚୀନ୍ ନାଗରିକଙ୍କୁ ପ୍ରବେଶ ଅନୁମତି ଦେଉନାହାନ୍ତି। ଚୀନ୍ ଅନ୍ୟ ଦେଶକୁ ଭାଇରସ୍ ଯେଭଳି ନ ବ୍ୟାପିବ ସେ ଦିଗରେ ଉଚିତ ପଦକ୍ଷେପ ନେଇନଥିବାରୁ ଏହାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ପାଇଁ ବିଭିନ୍ନ ରାଷ୍ଟ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ବେଳେ ଚୀନ୍କୁ ବିମାନ ଚଳାଚଳ ନେଇ ପ୍ରତିବନ୍ଧକ ଲଗାଯାଇଛି। କରୋନା ଭାଇରସ ଏବେ ବ୍ରିଟେନ, ଇଟାଲି, ଭାରତ, ଫିଲିପାଇନ୍ସ, ଫିନଲାଣ୍ଡ୍, ୟୁଏଇ, ଜର୍ମାନୀ, ଶ୍ରୀଲଙ୍କା, କାମ୍ବୋଡ଼ିଆ, କାନାଡ଼ା, ମାଲେସିଆ, ଅଷ୍ଟ୍ରେଲିଆ, ନେପାଳ, ଫ୍ରାନ୍ସ, ଭିଏତନାମ, ସିଙ୍ଗାପୁର, ହଂକଂ, ମକାଉ, ତାଇୱାନ୍, ଆମେରିକା, ଦକ୍ଷିଣ କୋରିଆ, ଜାପାନ ଏବଂ ଥାଇଲାଣ୍ଡରେ ପହଞ୍ଚି ସାରିଥିବାରୁ ଏସବୁ ରାଷ୍ଟ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି। ଚୀନ୍କୁ ବାଦ୍ ଦେଇ ଅନ୍ୟଦେଶରେ ପ୍ରାୟ ୩ ହଜାର ଆକ୍ରାନ୍ତଙ୍କୁ ଏବେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି।
କରୋନା ଭାଇରସ୍ର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ବ୍ୟାପକ ସତର୍କତା : ଚୀନ୍ ବିରୋଧୀ ମାନସିକତା ବଢ଼ୁଛି
/sambad/media/post_attachments/wp-content/uploads/2020/02/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)