ଦଶ ପ୍ରକାର ରୂପ ବଦଳାଇପାରେ କରୋନାଭୂତାଣୁ, ସବୁଠୁ ପ୍ରଭାବଶାଳୀ ସ୍ବରୂପ ହିଁ ତାଣ୍ତବ ରଚାଉଛି

ନୂଆଦିଲ୍ଲୀ: ଗତ ଡିସେମ୍ବର ମାସରେ ଚୀନ୍‌ରେ ପ୍ରଥମ ଥର ପାଇଁ ନିଜର ଉପସ୍ଥିତି ଜାହିର କରିଥିବା କରୋନାଭୂତାଣୁ ନିଜର ୧୦ ପ୍ରକାର ରୂପ ବଦଳାଇପାରେ ା ତେବେ ସେମାନଙ୍କ ମଧ୍ୟରେ ଏ୨ଏ ନାମକ ସବୁଠୁ ପ୍ରଭାବଶାଳୀ ସ୍ବରୂପ ହିଁ ଅନ୍ୟମାନଙ୍କ ସ୍ଥାନ ମାଡି଼ବସି ଏପରି ପ୍ରଳୟ ରଚିଚାଲିଛି ା ମହାମାରୀ କୋଭିଡ୍–୧୯ର କାରଣ ପାଲଟିଥିବା ଅଭିନବ କରୋନାଭୂତାଣୁ ସମ୍ପର୍କରେ ଏଭଳି ଅଭିନବ ଧାରଣା ଆଣିଛନ୍ତି ଦୁଇ ଭାରତୀୟ ଗବେଷକା ପଶ୍ଚିମବଙ୍ଗର କଲ୍ୟାଣୀ ସ୍ଥିତ ନାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବାୟୋମେଡିକାଲ୍ ଜିନୋମିକ୍ସର ନିଧାନ ବିଶ୍ବାସ ଏବଂ ପାର୍ଥ ମଜୁମଦାର ଏପରି ବିରଳ ନିଷ୍କର୍ଷ ବାହାର କରିବାରେ ସକ୍ଷମ ହୋଇଛନ୍ତିା ସେମାନଙ୍କ ଗବେଷଣାର ନିର୍ଯାସ କୋଭିଡ୍–୧୯ ଟିକା ପ୍ରସ୍ତୁତିରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଉଛିା ଏହି ଗବେଷକ ଦ୍ବୟଙ୍କ କହିବା ଅନୁଯାୟୀ, ମନୁଷ୍ୟ ଫୁସ୍‌ଫୁସ୍‌ରେ ବହୁ ସଂଖ୍ୟାରେ ଏବଂ ଅନାୟାସରେ ପ୍ରବେଶ କରିବା ପାଇଁ ଏହି ଅଭିନବ କରୋନାଭୂତାଣୁର ଏ୨ଏ ରୂପାନ୍ତରୀକରଣ ହିଁ ପାରଙ୍ଗମ। ଦଶ ବର୍ଷ ତଳେ ବିଶ୍ବରେ ୮,୦୦୦ ଜୀବନ ନେଇଥିବା ମହାମାରୀ ସାର୍ସ ରୋଗର ଭୂତାଣୁ ସାର୍ସ–କୋଭ୍ ଠାରୁ ମଧ୍ୟ ଏହି ଏ୨ଏ ବହୁଗୁଣରେ କ୍ଷିପ୍ର ଏବଂ ସକ୍ରିୟା ଏହାର ସଂକ୍ରମଣ କ୍ଷମତା ମଧ୍ୟ ବହୁ ଅଧିକ ଥିବାରୁ ଅଧୁନା କୋଭିଡ୍୍–୧୯ର ଅତିକାୟ କରାଳରୂପ ଦେଖିବାକୁ ମିଳୁଛି। ଗତ ଚାରିମାସ ଧରି ମୂଳ କରୋନା ଭୂତାଣୁରୁ ୧୦ ପ୍ରକାରର ରୂପାନ୍ତର ଘଟିଚାଲିଥିଲା ା ତେବେ ସେମାନଙ୍କ ମଧ୍ୟରେ ଏ୨ଏ ହିଁ ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ହଟାଇ ନିଜେ ବାହୁବଳୀ ହୋଇ ରହିଛି ଯାହା କି ସାର୍ସ–କୋଭ୍–୨ ନାମରେ ଏବେ ସର୍ବତ୍ର ଛାଇଯାଇଛିା ସଂପୃକ୍ତ ଗବେଷଣାର ସବିଶେଷ ସନ୍ଦର୍ଭ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ଇଣ୍ତିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ନାମକ ଗବେଷଣାଭିତ୍ତିକ ପତ୍ରିକାରେ ଖୁବ୍ ଶୀଘ୍ର ସ୍ଥାନ ପାଇବ ବୋଲି ଜଣାଯାଇଛିା

ସମ୍ବନ୍ଧିତ ଖବର