ଚୀନ୍‌ରେ ସରକାରୀ ତଥ୍ୟଠାରୁ ବାସ୍ତବ ମାମଲା ୪ ଗୁଣ ଅଧିକ

ନୂଆଦିଲ୍ଲୀ : ଚୀନ୍‌ର ଉହାନ୍‌ରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍‌ ଏବେ ବିଶ୍ବବ୍ୟାପୀ ଆତଙ୍କ ଖେଳାଇ ଦେଇଛି। ତେବେ ଚୀନ୍‌ ଭାଇରସ୍‌କୁ ନିୟନ୍ତ୍ରଣ କରିନେଇଛି। ଚୀନ୍‌ରେ ସରକାରୀ ତଥ୍ୟ ଅନୁଯାୟୀ ଏହାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୩,୦୦୦। କିନ୍ତୁ ହଂକଂ ବିଶ୍ବବିଦ୍ୟାଳୟର ଜନସ୍ବାସ୍ଥ୍ୟ ବିଭାଗ ବିଶେଷଜ୍ଞମାନେ ଏହା ଆକଳନ କରିଛନ୍ତି ଯେ ଫେବ୍ରୁଆରି ୨୦ ସୁଦ୍ଧା ଚୀନ୍‌ରେ କରୋନା ମାମଲା ୨ଲକ୍ଷ ୩୨ ହଜାର ହେବା କଥା। ଫେବ୍ରୁଆରି ୨୦ ସୁଦ୍ଧା ଚୀନ୍‌ରେ ମାମଲା ୫୫,୫୦୮ ଥିଲା। ତେବେ ଦିଆଯାଇଥିବା ତଥ୍ୟଠାରୁ ବିଶେଷଜ୍ଞମାନେ ଆକଳନ କରିଥିବା ତଥ୍ୟ ୪ ଗୁଣା ଅଧିକ ରହିଛି। ଏହି ଅଧ୍ୟୟନ ଦ୍ବାରା ଚୀନ୍‌ ଦେଇଥିବା ତଥ୍ୟ ପ୍ରତି ଆହୁରି ଅଧିକ ସନ୍ଦେହ ବଢ଼ାଇଛି। ନିକଟରେ କିଛି ଦିନ ତଳେ ଚୀନ୍‌ ଉହାନ୍‌ରେ ଏହାର ମୃତ୍ୟୁସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲା। ମୂଳ ମାମଲାରେ ପୁଣି ୧୨୯୦ ମୃତ୍ୟୁ ମାମଲା ଚୀନ୍‌ ‌ଯୋଡ଼ିଥିଲା। ୫୦ ପ୍ରତିଶତ ମାମଲା ବଢ଼ିବାପରେ ଉହାନ୍‌ରେ ମୃତ୍ୟୁସଂଖ୍ୟା ୩,୮୬୯କୁ ବୃଦ୍ଧି ପାଇଥିଲା ଏବଂ ଚୀନ୍‌ରେ ସମୁଦାୟ ମୃତ୍ୟୁସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇଥିଲା। ଚୀନ୍‌ ସାରା ବିଶ୍ବକୁ ଅନ୍ଧାରରେ ରଖିଥିବାରୁ ବିଶ୍ବରେ କରୋନା ମାମଲା‌ ଅଧିକ ସଂଖ୍ୟାରେ ବଢ଼ିଛି ବୋଲି ଆମେରିକା‌ କହିଛି।

ସମ୍ବନ୍ଧିତ ଖବର