ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ଅତିକ୍ରମ କରି ୭୪୨୮୧ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୨୫ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ୧୨୨ ଜଣଙ୍କର ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଏବେ ସୁଦ୍ଧା ଦେଶରେ ୨୪,୩୮୫ ଜଣ କୋଭିଡ୍-୧୯ ରୋଗୀ ଆରୋଗ୍ୟ ଲାଭ କରିଥିବାବେଳେ ଏବେ ବି ୪୭୪୮୦ ଜଣଙ୍କଠାରେ ଏହି ଭୂତାଣୁ ସକ୍ରିୟ ଅଛି। ଫଳରେ ଦେଶରେ ଆରୋଗ୍ୟ ହାର ଏବେ ପ୍ରାୟ ୩୨.୮୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମିତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ଅଛନ୍ତି। ମଙ୍ଗଳବାର ସକାଳଠାରୁ ଦେଶରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୨ ଜଣ କରୋନା ଭୂତାଣୁରେ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜରାଟରେ ୨୪, ଦିଲ୍ଲୀରେ ୧୩, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ୮ ଜଣ ଲେଖାଏଁ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୪ ଜଣ ଲେଖାଏଁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ୨ ଜଣ ଲେଖାଏଁ ଏବଂ ଆନ୍ଧ୍ରପ୍ରଦେଶ, ପଂଜାବ, ଚଣ୍ଡିଗଡ଼ ଓ ପୁଡ଼ୁଚେରିରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି। ଆଜି ପର୍ଯ୍ୟନ୍ତ ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ୨୪୧୫ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୯୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜରାଟରେ ୫୩୭ ଜଣ, ମଧ୍ୟ ପ୍ରଦେଶରେ ୨୨୫ ଜଣ, ପଶ୍ଚିମବଙ୍ଗରେ ୧୯୮ ଜଣ, ରାଜସ୍ଥାନରେ ୧୧୭ ଜଣ, ଦିଲ୍ଲୀରେ ୮୬ ଜଣ, ଉତ୍ତର ପ୍ରଦେଶରେ ୮୨ ଜଣ, ତାମିଲନାଡ଼ୁରେ ୬୧ ଜଣ ଓ ଆନ୍ଧ୍ର ପ୍ରଦେଶରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ପଂଜାବ ଓ ତେଲେଙ୍ଗାନାରେ ୩୨ ଜଣ ଲେଖାଏଁ, କର୍ଣ୍ଣାଟକରେ ୩୧ ଜଣ, ହରିୟାଣାରେ ୧୧ ଜଣ, ଜାମ୍ମୁ କଶ୍ମୀରରେ ୧୦ ଜଣ, ବିହାରରେ ୬ ଜଣ, କେରଳରେ ୪ ଜଣ, ଝାଡ଼ଖଣ୍ଡ, ଚଣ୍ଡିଗଡ଼ ଓ ଓଡ଼ିଶାରେ ୩ ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶ ଓ ଆସାମରେ ୨ ଜଣ ଲେଖାଏଁ, ମେଘାଳୟ, ଉତ୍ତରାଖଣ୍ଡ ଓ ପୁଡ଼ୁଚେରିରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ବୁଧବାର ସକାଳ ସୁଦ୍ଧା ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବସାଇଟ୍ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୪୪୨୭ ଜଣ ଥିବାବେଳେ ତାହା ପଛକୁ ଗୁଜରାଟରେ ୮୯୦୩ ଜଣ, ତାମିଲନାଡ଼ୁରେ ୮୭୧୮ ଜଣ, ରାଜସ୍ଥାନରେ ୪୧୨୬ ଜଣ, ମଧ୍ୟପ୍ରଦେଶରେ ୩୯୮୬ ଜଣ ଓ ଉତ୍ତରପ୍ରଦେଶରେ ୩୬୬୪ ଜଣ ଆକ୍ରାନ୍ତ ବାହାରିଛନ୍ତି।