ନୂଆଦିଲ୍ଲୀ : ଗତ ଗୁରୁବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୦୦ ତଳେ ଥିଲା। କିନ୍ତୁ ଆଜି ଏହା ୧୯୬୫ ମାମଲା ସହ ୨,୦୦୦ ପାଖାପାଖିରେ ପହଞ୍ଚିଛି। ଏ ୨୧ ଦିନିଆ ଲକ୍ଡାଉନ୍ ଶେଷ ହେବା ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ରୁ ଅଧିକରେ ପହଞ୍ଚିବ। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସିଂହ କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଆକଳନ କଲେ ଏହା ଜଣାପଡ଼ୁଛି ଯେ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ମଧ୍ୟରେ ଭାରତରେ ୪୩୭ ନୂଆ କୋଭିଡ୍-୧୯ ମାମଲା ଆସିଥିବାବେଳେ ଗତ ୧୨ ଘଣ୍ଟା ମଧ୍ୟରେ ପୁଣି ୧୩୧ଟି ନୂଆ ମାମଲା ସ୍ପଷ୍ଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା: ୧୨ ଘଣ୍ଟାରେ ୧୩୧ ନୂଆ ମାମଲା
/sambad/media/post_attachments/wp-content/uploads/2020/03/corona-f-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)