ନ୍ୟୁୟର୍କ : ବିଶ୍ବବ୍ୟାପୀ ୨୫ ଲକ୍ଷ ୯୨ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧ ଲକ୍ଷ ୮୧ ହଜାର ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାରରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୫,୦୦୦ ଟପିଛି। ଆମେରିକା ପରେ ଏବେ ଫ୍ରାନ୍ସରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଏଠାରେ ୧ ଲକ୍ଷ ୬୦ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ୭ ଶହ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ପେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮ ହଜାର ୩୮୯ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨୧ ହଜାର ୭୧୭ ରହିଛି। ଅନ୍ୟପକ୍ଷେ ଇଟାଲିରେ ମୃତ୍ୟୁସଂଖ୍ୟା ୨୪ ହଜାର ୬୪୮ରେ ପହଞ୍ଚିଛି। ବ୍ରିଟେନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ଟପିଥିବା ବେଳେ ୧୭ ହଜାର ୩୩୭ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରିଟେନ୍ର ଜାତୀୟ ସ୍ବାସ୍ଥ୍ୟ ସେବା ପାଇଁ କାମ କରୁଥିବା ସମୁଦାୟ ୬୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସରକାର ଡାକ୍ତରଙ୍କୁ ଆବଶ୍ୟକ ପିପିଇ କିଟ୍ ଦେବାପାଇଁ ବିଫଳ ହେଉଥିବା ନେଇ ବ୍ରିଟେନ୍ରେ ଅଭିଯୋଗ ହୋଇଛି ଏବଂ ବ୍ରିଟେନ୍ ସରକାର ମଧ୍ୟ ଏନେଇ ପ୍ରବଳ ଚାପରେ ରହିଛନ୍ତି। ଜର୍ମାନୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଆସନ୍ତାକାଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ କରିବ। ଜର୍ମାନ ମଧ୍ୟ ପ୍ରଥମ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିଛି। ଲଣ୍ଡନରେ କରୋନା ଟିକାର ପ୍ରୟୋଗ କ୍ଷେତ୍ରରେ ଭଲ୍ୟୁଣ୍ଟିୟରଙ୍କୁ ଅଂଶଗ୍ରହଣ କରିବାକୁ କୁହାଯାଇଛି। କରୋଟା ଟିକାର ସଫଳତା ଉପରେ ବହୁତ କିଛି ନିର୍ଭର କରୁଛି ବୋଲି ବ୍ରିଟେନ୍ କହିଛି। ଟୋକିଓର ଏକ ଅନାଥାଶ୍ରମରେ ୮ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ସିଙ୍ଗାପୁରରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ଟପିଛି।
ଆମେରିକା ପରେ ଫ୍ରାନ୍ସ ସ୍ଥିତି ଜଟିଳ, ବିଶ୍ବବ୍ୟାପୀ ୧ ଲକ୍ଷ ୮୧ ହଜାର ମୃତ
ଫ୍ରାନ୍ସରେ ୨୦ ହଜାର ୮ ଶହ ଲୋକଙ୍କ ମୃତ୍ୟୁ, ଆଜି ଅକ୍ସଫୋର୍ଡରେ କରୋନା ଟିକାର ମାନବ ପରୀକ୍ଷଣ
/sambad/media/post_attachments/wp-content/uploads/2020/04/cor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)