ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି, ସବୁଠୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା କଥା ରବିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୯୦ଜଣ ଭାରତୀୟ। କରୋନାଭାଇରସ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ଆରୋଗ୍ୟ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ଘଟିଛି।

କରୋନାଭାଇରସ୍‌ରେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ମହାରାଷ୍ଟ୍ରରେ। ସେଠାରେ ୩୧ଜଣ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

Image Source: Hindustan Times

ଏହାଛଡ଼ା ଦିଲ୍ଲୀରେ ୭ ଜଣ, ହରିୟାଣାରେ ୧୪ ଜଣ (ବିଦେଶୀ ନାଗରିକ), କେରଳରେ ୨୨ଜଣ, ରାଜସ୍ଥାନରେ ୨ଜଣ (ବିଦେଶୀ ନାଗରିକ), ତେଲେଙ୍ଗାନାରେ ୩ଜଣ, ଉତ୍ତର ପ୍ରଦେଶରେ ୧୧ ଜଣ (ଜଣେ ବିଦେଶୀ ନାଗରିକ), ଲଦାଖରେ ୩ ଜଣ, ତାମିଲନାଡୁରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ଜଣ, ପଞ୍ଜାବରେ ୧ଜଣ, କର୍ଣ୍ଣାଟକରେ ୬ଜଣ, ମହାରାଷ୍ଟ୍ରରେ ୩୧ଜଣ, ଆନ୍ଧ୍ରପ୍ରଦେଶରେ ୧ଜଣ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ବିମାନ ବନ୍ଦରରେ ୧୨, ୨୯, ୩୬୩ ଜଣ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଗଲାଣି।

ସମ୍ବନ୍ଧିତ ଖବର