କୋଭିଡ୍‌-୧୯ ପାଇଁ ପ୍ରାଣ ହରାଇଥିବା ଡାକ୍ତର ସ୍ବାମୀଙ୍କ ଶେଷଇଚ୍ଛା ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପତ୍ନୀ

ଚେନ୍ନାଇ: ଚେନ୍ନାଇସ୍ଥିତ ଏକ ହସ୍ପିଟାଲ୍‌ରେ ନ୍ୟୁରୋ ସର୍ଜନ ଭାବେ କାର୍ଯ୍ୟ କରୁଥିବା ପତିଙ୍କୁ କରୋନା ଭାଇରସ୍‌ ହେତୁ ହରାଇବା ପରେ ତାମିଲ୍‌ନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କୁ ସ୍ବାଭାବିକ ଭାବେ ସ୍ବାମୀଙ୍କର ଶେଷକୃତ୍ୟ କରିବାକୁ ଅନୁମତି ମାଗିଛନ୍ତି ପତ୍ନୀ।  ଡକ୍ଟର ସିମନ୍‌ ହର୍କୁଲସ୍‌ଙ୍କ ପତ୍ନୀଙ୍କ କହିବାନୁସାରେ ସ୍ବାମୀ ବଞ୍ଚିବେ ନାହିଁ ବୋଲି ଆଗରୁ ଜାଣି ପାରିଥିଲେ ଓ ତାଙ୍କର ଶେଷକୃତ୍ୟ ପାରମ୍ପରିକ ରୀତିରେ ହେଉ ବୋଲି ଥିଲା ତାଙ୍କର ଶେଷ ଇଚ୍ଛା।

କରୋନା ଆକ୍ରାନ୍ତ ହୋଇଥିବା ୫୫ ବର୍ଷିଅ ଡାକ୍ତର ଜଣକ ରୋଗ ପାଇଁ ନୁହେଁ, ବରଂ ଭିଡ଼ ହିଂସାରେ ପ୍ରାଣ ହରାଇଛନ୍ତି। ସେ ତାଙ୍କର ଜଣେ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ କୋଭିଡ୍‌-୧୯ ଭାଇରସ୍‌ର ଶିକାର ହୋଇଥିଲେ। ସେ କରୋନା ଭାଇରସ୍‌କୁ ଚାରିଆଡ଼େ ଖେଳାଉଛନ୍ତି ବୋଲି ଅଭିଯୋଗ ଆଣି କିଛି ସ୍ଥାନୀୟ ଲୋକ ତାଙ୍କୁ ଘେରି ଯାଇ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଯାହାବି ହେଉ ତାଙ୍କ ପତ୍ନୀ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅତ୍ୟନ୍ତ ଭାବପ୍ରବଣତାର ସହ ଜଣାଇଛନ୍ତି କି, ‘ମୋ ସ୍ବାମୀ କୋଭିଡ୍‌-୧୯ ହେତୁ ପ୍ରାଣ ହରାଇଛନ୍ତି। ସେ ବଞ୍ଚିପାରିଲେ ନାହିଁ। ମାତ୍ର ତାଙ୍କର ଶେଷକୃତ୍ୟ ପାରମ୍ପରିକ ରୀତିରେ ହେଉ ବୋଲି ସେ ଚାହୁଁଥିଲେ। ମୁଁ ଏବେ ଦୁଇ ଛୁଆଙ୍କର ଜଣେ ବିଧବା ମା’। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ସେ ମୋ ସ୍ବାମୀଙ୍କର ଶେଷ ଇଚ୍ଛା ପୂରା କରନ୍ତୁ।’

ସମ୍ବନ୍ଧିତ ଖବର