ବର୍ଷେରୁ ଦେଢ଼ବର୍ଷ ମଧ୍ୟରେ ବାହରିବ କରୋନାଭାଇରସ୍ ଟିକା; ଖୁବ୍ ଶୀଘ୍ର ସ୍ପେନ୍ ଓ ନରୱେରେ ହେବ ମଣିଷ ଦେହରେ ପରୀକ୍ଷଣ

ନୂଆଦିଲ୍ଲୀ: ବର୍ଷେରୁ ଦେଢ଼ବର୍ଷ ମଧ୍ୟରେ କରୋନାଭାଇରସର ନିରାକରଣ ନିମନ୍ତେ ଟିକା ଉଦ୍ଭାବନ ହେବ ବୋଲି ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

ରୋଗୀମାନଙ୍କର ଔଷଧୀୟ ଚିକିତ୍ସା ଏବଂ ଜୀବନ ରକ୍ଷା ଉପରେ ଗୁରୁତ୍ୱାରୋପ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରୋସ୍ ଆଢ଼ାନୋମ୍ ଘେବ୍ରେସେୟେସସ୍ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ନରୱେ ଏବଂ ସ୍ପେନରେ ଏହି ଟିକା ମଣିଷ ଦେହରେ ପରୀକ୍ଷା କରାଯିବ । ସେ କହିଲେ ଯେ ଆମେ ଆଜି ଏ କଥା ଘୋଷଣା କରି ଆନନ୍ଦିତ ଯେ ନରୱେ ଏବଂ ସ୍ପେନରେ ପ୍ରଥମେ ପ୍ରଥମେ କରୋନଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ଖୁବ୍ ଶୀଘ୍ର ସାମୂହିକ ଟିକା ପରୀକ୍ଷଣ ଲାଗି ତାଲିକାଭୁକ୍ତ କରାଯିବ । ଏହି ପରୀକ୍ଷାରେ ଚାରୋଟି ଭିନ୍ନ ଭିନ୍ନ ଔଷଧର ନିରାପତ୍ତା ଓ ପ୍ରଭାବ ଆଦି ତୁଳନା କରାଯିବ । ଏହାଛଡ଼ା ଏହାକୁ ମିଶ୍ରଣ କରି ରୋଗୀଙ୍କ ଠାରେ ପ୍ରୟୋଗ କରିବା ଦ୍ୱାରା କି ପ୍ରକାରର ପ୍ରଭାବ ପଡୁଛି, ତାହା ମଧ୍ୟ ଅନୁଧ୍ୟାନ କରାଯିବ ।

Image Source: CNBC

କରୋନାଭାଇରସ୍ ସଂକ୍ରାନ୍ତ ବିଶ୍ୱସ୍ତରୀୟ ତଥ୍ୟ ସଂକ୍ରାନ୍ତରେ କହିବା ବେଳେ ଟେଡରୋସ୍ କହିଲେ ଯେ ଏଥିରେ ପୀଡ଼ିତ ଏକ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଗଲେଣି । ଅଧ ନିୟୁତ ଲୋକେ ଆକ୍ରାନ୍ତ ହୋଇଥିବା ଓ ୨୦ ହଜାର ମରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର