ଅଗଷ୍ଟ ମଧ୍ୟଭାଗ ସୁଦ୍ଧା କୋଭିଡ୍-୧୯ ଟିକା ପରୀକ୍ଷା ଶେଷ ହେବ: ଇଂଲଣ୍ଡ୍‌ ସରକାରୀ ଅଧିକାରୀ

ଲଣ୍ଡନ୍: ଇଂଲଣ୍ଡ୍‌ ସରକାରଙ୍କ କରୋନାଭାଇରସ୍ ଭେକ୍‌ସିନ୍‌ ଟାସ୍କ୍‌ଫୋର୍ସର ବରିଷ୍ଠ ସଦସ୍ୟ ଜନ୍ ବେଲ୍ ଶନିବାର ଦିନ କହିଛନ୍ତି ଯେ କରୋନାଭାଇରସ୍ କୋଭିଡ୍-୧୯ ଟିକାର ପରୀକ୍ଷା ଅଗଷ୍ଟ ‌ମଧ୍ୟଭାଗ ସୁଦ୍ଧା ଶେଷ ହେବ।

ବିବିସି ରେଡିଓର ଫର୍ ଟୁଡେ କାର୍ଯ୍ୟକ୍ରମକୁ ଏକ ସାକ୍ଷାତ୍‌କାର ଦେଇ ବେଲ୍ କହିଛନ୍ତି ଯେ ଏ ସପ୍ତାହରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ମଣିଷ ଦେହରେ କରୋନାଭାଇରସ୍ ଟିକା ପରୀକ୍ଷା କରାଯାଇଛି। କିନ୍ତୁ, ସେ ଗୁରତ୍ବାରୋପ କରି କହିଛନ୍ତି ଯେ ଟିକା ଉପଲବ୍ଧ ହେବା ବଡ଼ କଥା ନୁହେଁ। ମାରାତ୍ମକ ଭୂତାଣୁ ବିରୋଧରେ ଏହି ଟିକାର ପ୍ରଭାବ ଜାଣିବା ଜରୁରୀ। ଏହା ଲୋକମାନଙ୍କୁ ସୁରକ୍ଷା ଦେବ ତ! ସେ କଥା ଜାଣିବାକୁ ହେଲେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ଲୋକମାନଙ୍କ ଦେହରେ ଏହି ଟିକା ପ୍ରୟୋଗ କରି ତାଙ୍କୁ ଭୂତାଣୁ ସଂକ୍ରମଣ ପାଇଁ ଛାଡ଼ିବା। ତା’ପରେ ହିସାବ କରାଯାଇ ଦେଖାଯିବ ଟିକା ନେଇଥିବା କେତେ ଲୋକ କରୋନାଭୂତାଣୁ ସଂକ୍ରମଣ ହୋଇଛନ୍ତି, କେତେ ହୋଇ ନାହାନ୍ତି। ଯଦି ସଂକ୍ରମଣ ସଂଖ୍ୟା କମ୍ ରହେ, ତା’ହେଲେ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ସମସ୍ତ ପରୀକ୍ଷଣ ଶେଷ ହୋଇପାରିବ।

Image Source: RAPS

ସେ ପୁଣି କହିଛନ୍ତି ଯେ ଗୁରୁବାର ଦିନ ପ୍ରଥମ ଥର ଲାଗି ଜଣେ ମଣିଷ ଦେହରେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଥିବା ଟିକା ପ୍ରୟୋଗ କରାଯାଇଛି। ଅବଶ୍ୟ ସେ ବ୍ୟକ୍ତିଙ୍କର ସୁରକ୍ଷା ନିମନ୍ତେ ବ୍ୟାପକ ଅଧ୍ୟୟନ କରାଯିବା ପରେ ଟିକା ଲଗାଯାଇଛି।

ଯଦି ମେ ମାସ ଶେଷ ସୁଦ୍ଧା ଏହି ଟିକା ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରେ ତେବେ ପରୀକ୍ଷାନିରୀକ୍ଷା ଆଗେଇ ଚାଲିବ ଏବଂ ନିୟୁତ ନିୟୁତ ଟିକା ଉତ୍ପାଦନ ନିମନ୍ତେ ଯୋଜନା ହେବ।

 

ସମ୍ବନ୍ଧିତ ଖବର