କରୋନାଭାଇରସ୍ ଆକ୍ରମଣ ‘ପର୍ଲ ହାର୍‌ବର୍’ ଓ ‘୯/୧୧’କୁ ବଳିଗଲା: ରାଷ୍ଟ୍ରପତି ଟ୍ରମ୍ପ୍

ୱାସିଂଟନ୍: ଆମେରିକା ଉପରେ କରୋନାଭାଇରସ୍ ଆକ୍ରମଣ ‘ପର୍ଲ ହାର୍‌ବର୍’ ଏବଂ ‘୯/୧୧’କୁ ବଳି ଯାଇଛି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ କହିଛନ୍ତି। ବେଜିଙ୍ଗ୍ ସମଗ୍ର ବିଶ୍ବରେ ଏହାର ବିସ୍ତାରକୁ ରୋକି ପାରିଥାଆନ୍ତା କହି ଟ୍ରମ୍ପ୍ ପୁଣି ଥରେ ଚୀନ୍‌ ଉପରେ ଦୋଷାରୋପ କରିଛନ୍ତି।

ସେ କହିଛନ୍ତି, ଆମ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ଏହା ସବୁଠୁ ବଳି ଖରାପ। ଏହା ‘ପର୍ଲ ହାର୍‌ବର୍’ ଆକ୍ରମଣ ଠାରୁ ଖରାପ। ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ଠାରୁ ବି ଖରାପ। ଏଭଳି ଆକ୍ରମଣ କେବେ ହୋଇ ନ ଥିଲା। ଏ ଭଳି ପରିସ୍ଥିତି ମଧ୍ୟ ହୋଇ ନ ଥାଆନ୍ତା। ଉତ୍ପତ୍ତି ସ୍ଥଳରୁ ଏହାକୁ ଅଟକା ଯାଇ ପାରି ଥାଆନ୍ତା। ଚୀନ୍‌ରେ ଏହାକୁ ରୋକା ଯାଇପାରି ଥାଆନ୍ତା।

Image Source: The Financial Express

ହ୍ବାଇଟ୍ ହାଉସ୍‌ର ଓଭାଲ୍ ଅଫିସ୍‌ ଠାରେ ନର୍ସମାନଙ୍କ ସହ ଏକ ବୈଠକରେ ସାମ୍ବାଦିକମାନଙ୍କୁ ରାଷ୍ଟ୍ରପତି ଟ୍ରମ୍ପ୍ ଏ କଥା କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୁଧବାର ସୁଦ୍ଧା କରୋନାଭାଇରସ୍ ଦ୍ବାରା ସଂକ୍ରମିତ ପ୍ରାୟ ୭୨୦୦୦ ଆମେରିକୀୟଙ୍କର ମୃତ୍ୟୁ ଘଟିଲାଣି। ମେ ମାସ ଶେଷ ସୁଦ୍ଧା ମୃତ୍ୟୁସଂଖ୍ୟା ଏକ ଲକ୍ଷରେ ପହଞ୍ଚିଯିବ ବୋଲି ‘ସେଣ୍ଟର୍‌ ଫର୍‌ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ ଆକଳନ କରିଛି।

 

 

ସମ୍ବନ୍ଧିତ ଖବର