କର୍ମଚାରୀ କରୋନା ପିଜିଟିଭ୍ ବୋଲି‌ ଜଣାପଡ଼ିବା ପରେ ଦିଲ୍ଲୀର ସିଆର୍‌ପିଏଫ୍‌ର‌ ମୁଖ୍ୟ କାର୍ଯ୍ୟାଳକୁ ବନ୍ଦ କରାଗଲା

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌)ର କର୍ମଚାରୀଙ୍କ ରିପୋର୍ଟରୁ କରୋନା ପଜିଟିଭ୍‌ ବାହାରିବା ପରେ ଦିଲ୍ଲୀଠାରେ ଥିବା ସିଆର୍‌ପିଏଫ୍‌ର ମୁଖ୍ୟ କାର୍ଯ୍ୟାଳୟକୁ ରବିବାର ପୂରାପୂରି ବନ୍ଦ(ସିଲ୍) କରାଯାଇଛି।

ସିଆର୍‌ପିଏଫ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ଜେନେରାଲ୍‌ ଜାୱେଦ ଅଖ୍‌ତର ରବିବାର କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।

ମେଡିକାଲ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ଲୋଧି ରୋଡ୍‌ର ସିଜିଓ କମ୍ପ୍ଲେକ୍ସରେ ଥିବା ସିଆର୍‌ପିଏଫ୍‌ର ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି।

ଜାୱେଦ ଅଖ୍‌ତର‌ଙ୍କ ବ୍ୟତୀତ ଅନ୍ୟ ୧୦ ଜଣ ସିଆର୍‌ପିଏଫ୍‌ କର୍ମୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। କେବଳ ସେତିକି ନୁହେଁ, ମୁଖ୍ୟ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ମଧ୍ୟ କର୍ତ୍ତୃପକ୍ଷ ଟ୍ରାକିଂ ଆରମ୍ଭ କରାଯାଇଛି।

ସିଆର୍‌ପିଏଫ୍‌ର ପୂରା ବିଲ୍ଡିଂକୁ ସାନିଟାଇଜ୍‌ କରାଯାଇଛି। ସଂପୂର୍ଣ୍ଣ କାର୍ଯ୍ୟ ନସରିବା ପର୍ଯ୍ୟନ୍ତେ ବିଲ୍ଡିଂକୁ ଖୋଲାଯିବ ନାହିଁ ବୋଲି ସୂଚନା ରହିଛି। ରବିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟାଳୟ ପରିସରକୁ କାହାରିକୁ ଛଡ଼ାଯିବ ନାହିଁ ବୋଲି ଅଧିକାରୀ ସୂତ୍ରରୁ ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସିଆର୍‌ପିଏଫ୍‌ କର୍ମଚାରୀଙ୍କ ସହ ସଂସ୍ପର୍ଶରେ ଥିବା ଜଣେ ଗାଡ଼ି ଚାଳକ ମଧ୍ୟ କରୋନା ପଜିଟିଭ୍‌ ବାହାରିଥିଲେ।

ସମ୍ବନ୍ଧିତ ଖବର