ନୂଆଦିଲ୍ଲୀ: ରବିବାର ଦିନ ଚୀନ୍ର ହୁବେଇ ପ୍ରଦେଶରେ କରୋନାଭାଇରସ୍ ସଂକ୍ରମଣରେ ଅସୁସ୍ଥ ହୋଇଥିବା ଆଉ ୪୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ଏଥିରେ ଆକ୍ରାନ୍ତ ସମୁଦାୟ ମୃତବ୍ୟକ୍ତିଙ୍କ ସଂଖ୍ୟା ୩୦୪ରେ ପହଞ୍ଚିଛି।
ପୃଥିବୀର ଅନ୍ୟ କେତେକ ଦେଶକୁ ଏହି ଭୂତାଣୁ ବ୍ୟାପୀ ଯାଇଥିବାରୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି ସଂକ୍ରମଣକୁ ‘ବିଶ୍ୱ ଜନସ୍ୱାସ୍ଥ୍ୟ ସଙ୍କଟ’ ବୋଲି ଘୋଷଣା କରିଛି।
‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ଥାଇଲାଣ୍ଡ୍ରେ ୧୪ଜଣ, ହଙ୍ଗ୍ କଙ୍ଗ୍ରେ ୧୦ ଜଣ, ଯୁକ୍ତରାଷ୍ଟ୍ର ଆମେରିକା, ତାଇଓ୍ଵାନ୍, ଅଷ୍ଟ୍ରେଲିଆ ଏବଂ ମାକାଉରେ ୫ଜଣ ଲେଖାଏଁ, ସିଙ୍ଗାପୁର, ଦକ୍ଷିଣ କୋରିଆ ଏବଂ ମାଲେସିଆରେ ୪ଜଣ ଲେଖାଏଁ, ଜାପାନରେ ୧୧ଜଣ, ଫ୍ରାନ୍ସରେ ୫ଜଣ, ଜର୍ମାନିରେ ୪ଜଣ, କାନାଡାରେ ୩ଜଣ, ଭିଏତ୍ନାମ୍ରେ ୨ଜଣ, ନେପାଳ, କାମ୍ବୋଡିଆ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ରେ ୧ଜଣ ଲେଖାଏଁ କରୋନାଭାଇରସ୍ରେ ସଂକ୍ରମଣ ସରବ୍ୟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/02/cv-1-300x169.jpg)
ଚୀନ୍କୁ ନ ଯାଇ ମଧ୍ୟ ତାଇଓ୍ଵାନ୍, ଜର୍ମାନି, ଭିଏତ୍ନାମ୍ ଏବଂ ଜାପାନରେ କେତେକ ରୋଗୀଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ରିପୋର୍ଟ ମିଳିଛି। କିନ୍ତୁ, ଚୀନ୍ ଛଡ଼ା ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଅନ୍ୟ କୌଣସି ଦେଶର ଲୋକ ଏଯାବତ୍ ମରି ନାହାନ୍ତି।
ଶନିବାର ଦିନ ମିଳିଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାରେ ୮ଜଣଙ୍କ ଠାରେ କରୋନାଭାଇରସ୍ ନମୁନା ମିଳିଛି। ଅଷ୍ଟ୍ରେଲିଆ, ଫ୍ରାନ୍ସ୍ ଏବଂ ସାତଟି ଏସୀୟ ଦେଶରେ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ଦେଖାଯାଇଛି।