କରୋନାଭାଇରସ୍‌ ସଂକ୍ରମଣ: ଚୀନ୍‌ରେ ୧୭୦ ମୃତ; ୭୭୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ

ବେଜିଙ୍ଗ୍‌: ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୭୦ରେ ପହଞ୍ଚିଛି ଏବଂ ୭୭୦୦ରୁ ଅଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା କଥା ଗୁରୁବାର ଦିନ ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିସନ୍‌ କହିଛି ଯେ ସଂକ୍ରମଣ ଯୋଗୁଁ ଅନ୍ୟୂନ ୧, ୩୭୦ ଜଣ ବ୍ୟକ୍ତି ସାଙ୍ଘାତିକ ଅସୁସ୍ଥ ହୋଇଛନ୍ତି ଏବଂ ଆଉ ୧୨, ୧୬୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ବେଜିଙ୍ଗ୍‌ରେ ଏହି ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ହୋଇଥିବା ବେଳେ ସାଙ୍ଘାଇରେ ମଧ୍ୟ ୧୦୦ ରୁ ଅଧିକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି।

Image Source: India Today

କେନ୍ଦ୍ରୀୟ ଚୀନ୍‌ ପ୍ରଦେଶ ହୁବେଇ ଏବଂ ଏହାର ରାଜଧାନୀ ଉହାନ୍‌ରେ ମୃତ୍ୟୁସଂଖ୍ୟା ୧୬୦ ଟପି ଯାଇଥିବା ଜଣାପଡ଼ିଛି।

ସମଗ୍ର ବିଶ୍ୱର ୧୬ଟି ଦେଶକୁ କରୋନାଭାଇରସ୍‌ ବ୍ୟାପୀ ଯାଇଛି।

‘ଓ୍ଵାର୍ଲଡ୍‌ ହେଲ୍‌ଥ୍‌ ଅର୍ଗାନାଇଜେସନ୍‌’ର ଜରୁରୀକାଳୀନ ମୁଖ୍ୟ କହିଛନ୍ତି ଯେ ଭୂତାଣୁ ଚୀନ୍‌ ବାହାରେ ସଂକ୍ରମଣ ହେବା ବଡ଼ ଚିନ୍ତାର କାରଣ।

ଏହି ଭୂତାଣୁ ଜାପାନ୍‌, ଜର୍ମାନି, କାନାଡା ଏବଂ ଭିଏତ୍‌ନାମକୁ ମଧ୍ୟ ବ୍ୟାପୀ ଯାଇଛି। ଚୀନ୍‌ରେ ଥିବା ତା’ର ନାଗରିକମାନଙ୍କୁ ଜାପାନ ଫେରାଇ ନେଉଛି। ଫ୍ରାନ୍‌ସ୍‌, ନିଉଜିଲାଣ୍ଡ୍‌, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ସେମାନଙ୍କ ନାଗରିକମାନଙ୍କୁ ଚୀନ୍‌ରୁ ଫେରାଇ ନେବାକୁ ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର