ଦିଲ୍ଲୀ ବାସିନ୍ଦା କରୋନାଭାଇରସ୍‌ ଆକ୍ରାନ୍ତ; ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଉତ୍ତମ ନଗରର ଜଣେ ବାସିନ୍ଦା କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି। ଏହାକୁ ମିଶାଇ ସମଗ୍ର ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହୋଇଛି।

ଏ ସଂକ୍ରାନ୍ତରେ ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚିବ ସଞ୍ଜୀବ କୁମାର କହିଛନ୍ତି ଯେ ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଅତୀତରେ ଥାଇଲାଣ୍ଡ ଓ ମାଲେସିଆ ଗସ୍ତ କରିଥିଲେ।

ଏବେ ଦେଶରେ କରୋନାଭାଇରସ୍‌ ଆକ୍ରାନ୍ତ ୨୮ଜଣ ଚିକିତ୍ସାଧୀନ ଅଛନ୍ତି। ଗତମାସରେ ଏଥିରେ ଆକ୍ରାନ୍ତ ହୋଇଥିବା ତିନିଜଣ କେରଳୀ ରୋଗୀ ସୁସ୍ଥ ହୋଇଯାଇଛନ୍ତି। ଏହି ୨୮ଜଣଙ୍କ ସହ କେଉଁମାନଙ୍କର ନିବିଡ଼ ସମ୍ପର୍କ ଥିଲା ସେମାନଙ୍କୁ ସରକାରୀ କର୍ତ୍ତୃପକ୍ଷ ଚିହ୍ନଟ କରିବାକୁ ଉଦ୍ୟମ କରୁଛନ୍ତି।

Image Source: First Post

କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଏ ମାସର ଅବଶିଷ୍ଟ ଦିନଗୁଡ଼ିକ ସକାଶ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

ଭାରତ ଛଡ଼ା ଭୁଟାନ୍‌ରେ ମଧ୍ୟ ଆଜି ପ୍ରଥମ କରି ଜଣେ କରୋନାଭାଇରସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରଯାଇଛି।

ସମ୍ବନ୍ଧିତ ଖବର