ମେ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ସ୍ଥଗିତ

ନୂଆଦିଲ୍ଲୀ: କରୋନା କରୋନା ସଂକ୍ରମଣର ପ୍ରଭାବକୁ ଆଖି ଆଗରେ ରଖାଯାଇ ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ବହୁଚର୍ଚ୍ଚିତ କାନ୍‌ ଫିଲ୍ମ ଫେଷ୍ଟିଭାଲକୁ ସ୍ଥଗିତ ରଖାଯାଇଛି।
ଏନେଇ ଦକ୍ଷିଣ ଫ୍ରାନ୍ସରେ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକମାନେ ସୂଚନା ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି ଯେ ଜୁନ୍ ଶେଷ ସମେତ ଅନେକ ନୂତନ ତାରିଖ ବିଚାରକୁ ନିଆଯାଉଥିଲା। କିନ୍ତୁ ତାହା ସ୍ଥିର ହୋଇପାରି ନାହିଁ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସମଗ୍ର ବିଶ୍ବର ଏହି ସ୍ବାସ୍ଥ୍ୟ ସଙ୍କଟ ସମୟରେ ଆମର ଚିନ୍ତାଧାରା କୋଭିଡ -୧୯ ର ପୀଡ଼ିତଙ୍କ ନିକଟକୁ ଯାଇଥାଏ ଏବଂ ଏହି ରୋଗ ସହ ଲଢ଼େଇ କରୁଥିବା ସମସ୍ତଙ୍କୁ ସାହସ ଦେବାର ଆବଶ୍ୟକତା ରହିଛି ।

Image result for cannes film festival
image source-variety.com

ଏହି କାରଣରୁ ମେ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ବହୁଚର୍ଚ୍ଚିତ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହୋଇପାରିବ ନାହିଁ। ଏହାର ପରବର୍ତ୍ତୀ ତାରିଖ ଲାଗି ଅନେକ ବିକଳ୍ପକୁ ବିଚାର କରାଯାଇଛି। ହଜାର ହଜାର ଚଳଚ୍ଚିତ୍ର ନିର୍ମାତା, ସେଲିବ୍ରିଟି ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ଆକର୍ଷିତ କରୁଥିବା ଏହି ଉତ୍ସବ ଆଗକୁ କେବେ ଅନୁଷ୍ଠିତ ହେବ, ସେନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର