ଦିଲ୍ଲୀରେ ଗୋମୂତ୍ର ପାର୍ଟି ! କରୋନା ସଂକ୍ରମଣରୁ ମୁକ୍ତ ରହିବା ପାଇଁ ଗୋମୂତ୍ର ପିଇଲେ ହିନ୍ଦୁ ମହାସଭା ମୁଖ୍ୟ ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ‘ଗୋମୂତ୍ର ପାର୍ଟିି’ ଆୟୋଜନ କରାଯାଇଛି । ଏବେ ସାରା ବିଶ୍ବରେ କରୋନାଭାଇରସକୁ ନେଇ ଲୋକମାନଙ୍କ ମନରେ କୋକୁଆ ଭୟ ରହିଥିବା ବେଳେ ଏହାର ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଲୋକେ ଅଜବ ଅଜବ କାମ କରୁଥିବାର ଦେଖାଯାଉଛି। କେନ୍ଦୁଝରରେ ଶନି ପୂଜା କରାଯାଉଥିବା ବେଳେ ଦିଲ୍ଲୀରେ ଏବେ ଗୋମୂତ୍ର ପିଇ କରୋନା ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅଖିଳ ଭାରତୀୟ ହିନ୍ଦୁ ମହାସଭାର ମୁଖ୍ୟ ଚକ୍ରପାଣି ମହାରାଜଙ୍କ ସମତେ କିଛି କର୍ମକର୍ତ୍ତା ମିଶି ଗୋମୂତ୍ର ପାର୍ଟି ଆୟାଜନ କରିଥିବା ଜଣାପଡ଼ିଛି। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି।

indiatoday.in

ସୂଚନା ମୁତାବକ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏହି ପାର୍ଟିର ଆୟୋଜନ କରାଯାଇଥିବା ବେଳେ ପ୍ରାୟ ୨୦୦ଲୋକ ଏହି ପାର୍ଟିରେ ଯୋଗ ଦେଇଥିଲେ। ଐହି ପାର୍ଟିରେ ସାମିଲ ହୋଇଥିବା ସସ୍ଥ ଓ କର୍ମକର୍ତ୍ତା ଗୋମୂତ୍ର ପାନ କରିଥିଲେ। ହୋଇଥିବା ସେମାନଙ୍କ କହିବା ମୁତାବକ,  ଗୋମୂତ୍ର ପିଇ କରୋନା ଭଳି ଭୟଙ୍କର ଭାଇରସଠାରୁ ନିଜକୁ ଦୂରରେ ରଖିହେବ।

ହିନ୍ଦୁ ମହାସଭା ପକ୍ଷରୁ କୁହାଯାଇଛି କି, ଗୋମୂତ୍ରରେ ଔଷଧୀୟ ଗୁଣ ରହିଥାଏ, ଯାହା କରୋନା ସଂକ୍ରମଣକୁ ଖୁବ୍ ସହଜରେ ରୋକି ପାରିବ। କେବଳ ଦିଲ୍ଲୀରେ ନୁହେଁ, ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ପାର୍ଟିର ଆୟୋଜନ କରାଯିବା ବୋଲି ମହାସଭା ପକ୍ଷରୁ କୁହାଯାଇଛି। ପାର୍ଟିିରେ ସାମିଲ ହୋଇଥିବା ଜଣେ କର୍ମକର୍ତ୍ତାଙ୍କ କହିବା ମୁତାବକ, ସେ ଗତ ୨୧ବର୍ଷ ହେଲାଣି ଗୋମୂତ୍ର ପିଇ ଆସୁଛନ୍ତି ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି।

ସମ୍ବନ୍ଧିତ ଖବର