ଅସଦାଚରଣ କରିଥିବା ଅଭିଯୁକ୍ତକୁ କରୋନା: ମହିଳା ଜଜଙ୍କ ସମେତ କୋର୍ଟର ୧୧ଜଣ ସଙ୍ଗରୋଧରେ

ନୂଆଦିଲ୍ଲୀ: ହରିୟାଣାର ହିସାରରେ ଅସଦାଚରଣ କରିଥିବା ଜଣେ ଅଭିଯୁକ୍ତ ଶରୀରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଅଭିଯୁକ୍ତର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏହି ମାମଲାର ଶୁଣାଣି କରୁଥିବା ମହିଳା ଜଜ ସମେତ କୋର୍ଟର ୧୧ସଦସ୍ୟଙ୍କୁ ସଙ୍ଗରୋଧକୁ ପଠାଇ ଦିଆଯାଇଛି। ଅସଦାଚରଣ କରିଥିବା ଅଭିଯୁକ୍ତ ଫତେହାବାଦ ଜିଲ୍ଲା ଟୋହାନା ଅଞ୍ଚଳର ନିବାସୀ, ସେ ହିସାରର କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିଲା। ଶୁଣାଣି ପାଇଁ ତାକୁ କୋର୍ଟରେ ହାଜର ପାଇଁ ଅଣାଯାଇଥିଲା। କିଛିଦିନ ତଳେ ତାର ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏହି କାରଣରୁ ତାର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲା। ତେବେ ଅଭିଯୁକ୍ତର କେରୋନା ରିପୋର୍ଟ ପଜିଟିଭ୍‌ ଆସିଛି।

छेड़छाड़ का आरोपी कोरोना पॉजिटिव ...

ହରିୟାଣାର ହିସାରରୁ କରୋନା ଭାଇରସ୍‌ର ୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ୮ଟି ମାମଲା ମଧ୍ୟରୁ କେନ୍ଦ୍ରୀୟ କାରାଗାରରୁ ଗୋଟିଏ, କୁମ୍ଭାରୁ ଗୋଟିଏ, ଢ଼ାଣା ଖୁର୍ଦରୁ ଗୋଟିଏ ଓ ଆଦମପୁର ଅଞ୍ଚଳରୁ ୫ଟି ମାମଲା ସାମ୍ନାକୁ ଆସିଛି। ଏଥିସହିତ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ରେ ପହଞ୍ଚି ଯାଇଛି। ସ୍ୱାସ୍ଥ୍ୟ ବିଭାଗ ପ୍ରତିଦିନ ହିସାର ଜିଲ୍ଲାରେ ୨୫୦ଜଣଙ୍କ ସ୍କ୍ରିନିଂ କରୁଛୁ।

ଏହି କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ କରାଯାଉଛି। ଗତ ତିନିଦିନ ହେବ ହିସାର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହା ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି।

Supreme Court judge quarantine: SC judge quarantined after ...
Times of India

ବିଶ୍ୱରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯ଲକ୍ଷ ୩୧ହଜାର ୨୯୨ରୁ ଊର୍ଧ୍ୱରେ ପହଞ୍ଚି ଯାଇଛି। ଏଥିରେ ୩ଲକ୍ଷ ୬୫ହଜାର ୩୩ରୁ ଅଧିକ ଲୋକଙ୍କ ମୃତ୍ୟୁ ବି ହୋଇସାରିଲାଣି। ଏହି ମାରାତ୍ମକ ଭାଇରସ୍‌ର ଅଧିକ ପ୍ରଭାବ ଆମେରିକା ଉପରେ ପଡ଼ିଛି। ଆମେରିକାରେ କୋଭିଡ-୧୯ରେ ୧୭ଲକ୍ଷ ୪୭ ହଜାର ୮୫ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ଏକଲକ୍ଷ ୨ହଜାର ୮୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର