ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା : କରୋନା ପାଇଁ ଜେଲ୍‌ରେ ସତର୍କତା ପଦକ୍ଷେପ, ଭିଡିଓ କନ୍‌ଫରେନ୍ସିଂରେ ହାଜର ପାଇଁ ଗୁରୁତ୍ବାରୋପ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜେଲ୍‌ଗୁଡ଼ିକରେ ମଧ୍ୟ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଜେଲ୍‌ରେ ଆବଶ୍ୟକ ସଫେଇ, ପରିଷ୍କାର ପରିଚ୍ଛନ୍ନତା ଉପରେ ଦୃଷ୍ଟି ଦେବା ସହ କଏଦୀମାନଙ୍କ ସମାଗମ ଏବଂ ମିଳାମିଶା ଉପରେ ମଧ୍ୟ ନଜର ରଖାଯିବାକୁ କୁହାଯାଇଛି । କଏଦୀମାନଙ୍କୁ କୋର୍ଟରେ ହାଜର କଲାବେଳେ ନିରାପଦ ଦୂରତା ରକ୍ଷା କରି ଏହି କାର୍ଯ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ଭିଡିଓ କନ୍‌ଫରେନ୍ସିଂ ସୁବିଧା ଅଛି, ସେଠାରେ କନ୍‌ଫରେନ୍ସିଂ ମାଧ୍ୟମରେ କଏଦୀଙ୍କୁ ହାଜର କରାଯାଇ ପାରିବ ବୋଲି ଏଥିରେ କୁହାଯାଇଛି । କଏଦୀମାନଙ୍କ ଚଳପ୍ରଚଳ ଏବଂ ସେମାନଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ବି ଆବଶ୍ୟକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଏହି କାର୍ଯ୍ୟମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କରାଯିବାକୁ ସରକାର ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର