ଭାରତରେ କରୋନାଭାଇରସ୍ ସଂକ୍ରମଣ : ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଓ ମୃତ୍ୟୁସଂଖ୍ୟା ୫

ନୂଆଦିଲ୍ଲୀ: କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ଶନିବାର ରାତିରେ ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏଯାବତ୍ ଭାରତରେ କରୋନାଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୫ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି ।

ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଏହି ୬୩ ବର୍ଷିୟ ବ୍ୟକ୍ତିଙ୍କର ଶନିବାର ବିଳମ୍ବିତ ରାତ୍ରୀରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏ ସଂକ୍ରାନ୍ତରେ ଏକ ବିବୃତି ଦେଇ ବୃହନମୁମ୍ବାଇ ମୁନିସପାଲ୍ କର୍ପୋରେସନର ଜନସ୍ୱାସ୍ଥ୍ୟ ବିଭାଗ କହିଛି ଯେ ‘କୋଭିଡ୍-୧୯’ରେ ଆକ୍ରାନ୍ତ ଉକ୍ତ ବ୍ୟକ୍ତିଜଣ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗରେ ଆକ୍ରାନ୍ତ ଥିଲେ । ଶ୍ୱାସପ୍ରଶ୍ୱାସଜନିତ ଜଟିଳ ସମସ୍ୟା ଦେଖାଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହା ହେଉଛି ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣଜନିତ ଦ୍ୱିତୀୟ ମୃତ୍ୟୁ। ପୂର୍ବରୁ ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନରେ ଜଣେ ଲେଖାଏଁ କରୋନାଭାଇରସରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିଲେ।

ଏହାଛଡ଼ା ଆଉ ୬ଜଣ ବ୍ୟକ୍ତି କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର