ଭାରତରେ କରୋନାଭାଇରସ୍: ମୁମ୍ବାଇରେ ୬୫ ବର୍ଷିୟ କରୋନାଭାଇରସ୍ ଆକ୍ରାନ୍ତ ମୃତ

ମୁମ୍ବାଇ: ମୁମ୍ବାଇରେ ଜଣେ ୬୫ ବର୍ଷିୟ କରୋନାଭାଇରସ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ପୌରନିଗମ କହିଛି । ଏହାକୁ ମିଶାଇ ମୁମ୍ବାଇରେ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି ।

ସେ ବ୍ୟକ୍ତିଜଣକ ନିକଟ ଅତୀତରେ ୟୁନାଇଟେଡ୍ ଆରବ ଏମିରେଟସରୁ ଅହମଦାବାଦ ଆସିଥିଲେ। କିଛି ଦିନ ପରେ ସେ ଜ୍ୱର, କାଶ ଏବଂ ଶ୍ୱାସକ୍ରିୟାରେ କଷ୍ଟ ପାଉଥିବା କଥା ଅଭିଯୋଗ କରିଥିଲେ ବୋଲି ବୃହନମୁମ୍ବାଇ ମୁନିସପାଲ କର୍ପୋରେସନ ଏକ ବିବୃତିରେ କହିଛି ।

Representative Image Source: India TV

ଏହାଛଡ଼ା ସେ ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଏବଂ ଗୁରୁତର ମଧୁମେହ ଭଳି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଥିଲା । ଚିକିତ୍ସା ନିମନ୍ତେ ତାଙ୍କୁ ମାର୍ଚ ୨୦ ତାରିଖ ଦିନ ମୁମ୍ବାଇସ୍ଥିତ କସ୍ତୁରବା ହସପିଟାଲକୁ ଅଣାଯାଇଥିଲା । କିନ୍ତୁ, ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆହୁରି ଅବନତି ଘଟିଲା ।

ସୋମବାର ବିଳମ୍ବିତ ସନ୍ଧ୍ୟାରେ ସେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା ବୋଲି ବିଏମସି କହିଛି ।

ପ୍ରାପ୍ତ ସୂଚନା ଅନୁସାରେ ସମଗ୍ର ଦେଶରେ ଏବେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଯାଇଛି । ସେମାନଙ୍କ ମଧ୍ୟରୁ ୩୫ଜଣ ସୁସ୍ଥ ହୋଇଛନ୍ତି ଓ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର