ନୂଆଦିଲ୍ଲୀ: ଏପ୍ରିଲ୍ ୧୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୦୩୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୩୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୭ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୨୮ ଜଣ, ଗୁଜରାଟରେ ୨୬ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୨ ଜଣ କର୍ଣ୍ଣାଟକରେ ୬ ଜଣ, କେରଳରେ ୩ଜଣ, ମଧ୍ୟପ୍ରଦେଶରେ ୪୩ ଜଣ, ମହାରାଷ୍ଟ୍ରରେ ୧୬୦ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୧ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୧୧ ଜଣ, ତେଲେଙ୍ଗାନାରେ ୧୬ ଜଣ, ଉତ୍ତରପ୍ରଦେଶରେ ୫ ଜଣ ଏବଂ ପଶ୍ଚମବଙ୍ଗରେ ୭ ଜଣ ।
ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୪୩୨), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୩୧), ବିହାର (୬୫), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୧), ଦିଲ୍ଲୀ (୧୫୧୦), ଗୋଆ (୭), ଗୁଜରାଟ (୫୩୯), ହରିୟାଣା (୧୮୫), ହିମାଚଳ ପ୍ରଦେଶ (୩୨), ଜମ୍ମୁ ଓ କଶ୍ମୀର (୨୭୦), ଝାଡ଼ଖଣ୍ଡ (୨୪) କର୍ଣ୍ଣାଟକ (୨୪୭), କେରଳ (୩୭୯), ଲଦାଖ (୧୫), ମଧ୍ୟପ୍ରଦେଶ (୬୦୪), ମହାରାଷ୍ଟ୍ର (୨୩୩୪), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୫୪), ପୁଦ୍ଦୁଚେରୀ (୭), ପଞ୍ଜାବ (୧୬୭), ରାଜସ୍ଥାନ (୮୭୩), ତାମିଲନାଡୁ (୧୧୭୩), ତେଲେଙ୍ଗାନା (୫୬୨), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୫), ଉତ୍ତରପ୍ରଦେଶ (୫୫୮) ଓ ପଶ୍ଚିମବଙ୍ଗ (୧୯୦) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୧୧), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୦), ବିହାର (୨୬), ଚଣ୍ଡିଗଡ଼ (୭), ଛତିଶଗଡ଼ (୧୦), ଦିଲ୍ଲୀ (୩୦), ଗୋଆ (୫), ଗୁଜରାଟ (୫୪), ହରିୟାଣା (୨୯), ହିମାଚଳ ପ୍ରଦେଶ (୧୩), ଜମ୍ମୁ ଓ କଶ୍ମୀର (୧୬), କର୍ଣ୍ଣାଟକ (୫୯), କେରଳ (୧୯୮), ଲଦାଖ (୧୦), ମଧ୍ୟପ୍ରଦେଶ (୪୪), ମହାରାଷ୍ଟ୍ର (୨୧୭), ମଣିପୁର (୧), ଓଡ଼ିଶା (୧୨), ପୁଦ୍ଦୁଚେରୀ (୧), ପଞ୍ଜାବ (୧୪), ରାଜସ୍ଥାନ (୨୧), ତାମିଲନାଡୁ (୫୮), ତେଲେଙ୍ଗାନା (୧୦୦), ଉତ୍ତରାଖଣ୍ଡ (୫), ଉତ୍ତରପ୍ରଦେଶ (୪୯) ଓ ପଶ୍ଚିମବଙ୍ଗ (୩୬) ।