ନୂଆଦିଲ୍ଲୀ: ଏପ୍ରିଲ୍ ୧୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୩୩୮୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୩୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୪ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୩୮ ଜଣ, ଗୁଜରାଟରେ ୩୬ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୨ ଜଣ, କର୍ଣ୍ଣାଟକରେ ୧୩ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୫୩ ଜଣ, ମହାରାଷ୍ଟ୍ରରେ ୧୯୪ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୩ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୧୫ ଜଣ, ତେଲେଙ୍ଗାନାରେ ୧୮ ଜଣ, ଉତ୍ତରପ୍ରଦେଶରେ ୧୩ ଜଣ ଏବଂ ପଶ୍ଚମବଙ୍ଗରେ ୧୦ ଜଣ ।
/sambad/media/post_attachments/wp-content/uploads/2020/04/cvi-9.jpg)
ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୫୩୪), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୮୦), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୩), ଦିଲ୍ଲୀ (୧୬୪୦), ଗୋଆ (୭), ଗୁଜରାଟ (୯୩୦), ହରିୟାଣା (୨୦୫), ହିମାଚଳ ପ୍ରଦେଶ (୩୫), ଜମ୍ମୁ ଓ କଶ୍ମୀର (୩୧୪), ଝାଡ଼ଖଣ୍ଡ (୨୮) କର୍ଣ୍ଣାଟକ (୩୧୫), କେରଳ (୩୯୫), ଲଦାଖ (୧୮), ମଧ୍ୟପ୍ରଦେଶ (୧୧୨୦), ମହାରାଷ୍ଟ୍ର (୩୨୦୫), ମଣିପୁର (୨), ମେଘାଳୟ (୭), ମିଜୋରାମ (୧), ଓଡ଼ିଶା (୬୦), ପୁଦ୍ଦୁଚେରୀ (୭), ପଞ୍ଜାବ (୧୮୬), ରାଜସ୍ଥାନ (୧୧୩୧), ତାମିଲନାଡୁ (୧୨୬୭), ତେଲେଙ୍ଗାନା (୭୦୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୭), ଉତ୍ତରପ୍ରଦେଶ (୮୦୫) ଓ ପଶ୍ଚିମବଙ୍ଗ (୨୫୫) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୦), ଆନ୍ଧ୍ରପ୍ରଦେଶ (୨୦), ଆସାମ (୫), ବିହାର (୩୭), ଚଣ୍ଡିଗଡ଼ (୯), ଛତିଶଗଡ଼ (୨୩), ଦିଲ୍ଲୀ (୫୧), ଗୋଆ (୬), ଗୁଜରାଟ (୭୩), ହରିୟାଣା (୪୩), ହିମାଚଳ ପ୍ରଦେଶ (୧୬), ଜମ୍ମୁ ଓ କଶ୍ମୀର (୩୮), କର୍ଣ୍ଣାଟକ (୮୨), କେରଳ (୨୪୫), ଲଦାଖ (୧୪), ମଧ୍ୟପ୍ରଦେଶ (୬୪), ମହାରାଷ୍ଟ୍ର (୩୦୦), ମଣିପୁର (୧), ଓଡ଼ିଶା (୧୯), ପୁଦ୍ଦୁଚେରୀ (୧), ପଞ୍ଜାବ (୨୭), ରାଜସ୍ଥାନ (୧୬୪୭), ତାମିଲନାଡୁ (୧୮୦), ତେଲେଙ୍ଗାନା (୧୮୬), ଉତ୍ତରାଖଣ୍ଡ (୯), ଉତ୍ତରପ୍ରଦେଶ (୭୪) ଓ ପଶ୍ଚିମବଙ୍ଗ (୫୧) ।