ନୂଆଦିଲ୍ଲୀ: ଏପ୍ରିଲ୍ ୨୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୯୯୮୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୮୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୬୪୦ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୨ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୪୭ ଜଣ, ଗୁଜରାଟରେ ୯୦ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୭ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୭୬ ଜଣ, ମହାରାଷ୍ଟ୍ରରେ ୨୫୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୬ ଜଣ, ରାଜସ୍ଥାନରେ ୨୫ଜଣ, ତାମିଲନାଡୁରେ ୧୮ ଜଣ, ତେଲେଙ୍ଗାନାରେ ୨୩ ଜଣ, ଉତ୍ତରପ୍ରଦେଶରେ ୨୦ ଜଣ ଏବଂ ପଶ୍ଚମବଙ୍ଗରେ ୧୫ ଜଣ ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୬), ଆନ୍ଧ୍ରପ୍ରଦେଶ (୭୫୭), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୧୨୬), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୧୫୬), ଗୋଆ (୭), ଗୁଜରାଟ (୨୧୭୮), ହରିୟାଣା (୨୫୪), ହିମାଚଳ ପ୍ରଦେଶ (୩୯), ଜମ୍ମୁ ଓ କଶ୍ମୀର (୩୮୦), ଝାଡ଼ଖଣ୍ଡ (୪୫) କର୍ଣ୍ଣାଟକ (୪୧୮), କେରଳ (୪୨୭), ଲଦାଖ (୧୮), ମଧ୍ୟପ୍ରଦେଶ (୧୫୫୨), ମହାରାଷ୍ଟ୍ର (୫୨୧୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୭୯), ପୁଦ୍ଦୁଚେରୀ (୭), ପଞ୍ଜାବ (୨୪୫), ରାଜସ୍ଥାନ (୧୬୫୯), ତାମିଲନାଡୁ (୧୫୯୬), ତେଲେଙ୍ଗାନା (୯୨୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୨୯୪) ଓ ପଶ୍ଚିମବଙ୍ଗ (୪୨୩) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୯୬), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୨), ଚଣ୍ଡିଗଡ଼ (୧୪), ଛତିଶଗଡ଼ (୨୬), ଦିଲ୍ଲୀ (୬୧୧), ଗୋଆ (୭), ଗୁଜରାଟ (୧୩୯), ହରିୟାଣା (୧୨୭), ହିମାଚଳ ପ୍ରଦେଶ (୧୬), ଜମ୍ମୁ ଓ କଶ୍ମୀର (୮୧), କର୍ଣ୍ଣାଟକ (୧୨୯), କେରଳ (୩୦୭), ଲଦାଖ (୧୪), ମଧ୍ୟପ୍ରଦେଶ (୧୪୮), ମହାରାଷ୍ଟ୍ର (୭୨୨), ମଣିପୁର (୨), ଓଡ଼ିଶା (୨୪), ପୁଦ୍ଦୁଚେରୀ (୩), ପଞ୍ଜାବ (୩୯), ରାଜସ୍ଥାନ (୨୩୦), ତାମିଲନାଡୁ (୬୩୫), ତେଲେଙ୍ଗାନା (୧୯୪), ତ୍ରିପୁରା (୧), ଉତ୍ତରାଖଣ୍ଡ (୧୯), ଉତ୍ତରପ୍ରଦେଶ (୧୪୦) ଓ ପଶ୍ଚିମବଙ୍ଗ (୭୩) ।