ନୂଆଦିଲ୍ଲୀ: ଏପ୍ରିଲ୍ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୩୦୭୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୭୧୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Advertisment

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୭ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୦ ଜଣ, ଗୁଜରାଟରେ ୧୧୨ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୭ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୮୩ ଜଣ, ମହାରାଷ୍ଟ୍ରରେ ୨୮୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୬ ଜଣ, ରାଜସ୍ଥାନରେ ୨୭ଜଣ, ତାମିଲନାଡୁରେ ୨୦ ଜଣ, ତେଲେଙ୍ଗାନାରେ ୨୪ ଜଣ, ଉତ୍ତରପ୍ରଦେଶରେ ୨୪ ଜଣ ଏବଂ ପଶ୍ଚମବଙ୍ଗରେ ୧୫ ଜଣ ।

publive-image Image Source: Zee News

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୨), ଆନ୍ଧ୍ରପ୍ରଦେଶ (୮୯୫), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୧୫୩), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୩୭୬), ଗୋଆ (୭), ଗୁଜରାଟ (୨୬୨୪), ହରିୟାଣା (୨୭୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୨୭), ଝାଡ଼ଖଣ୍ଡ (୫୩) କର୍ଣ୍ଣାଟକ (୪୪୫), କେରଳ (୪୪୭), ଲଦାଖ (୧୮), ମଧ୍ୟପ୍ରଦେଶ (୧୬୯୯), ମହାରାଷ୍ଟ୍ର (୬୪୩୦), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୯୦), ପୁଦ୍ଦୁଚେରୀ (୭), ପଞ୍ଜାବ (୨୭୭), ରାଜସ୍ଥାନ (୧୯୬୪), ତାମିଲନାଡୁ (୧୬୮୩), ତେଲେଙ୍ଗାନା (୯୬୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୭), ଉତ୍ତରପ୍ରଦେଶ (୧୫୧୦) ଓ ପଶ୍ଚିମବଙ୍ଗ (୫୧୪) ।

publive-image Image Source: Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୧୪୧), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୬), ଚଣ୍ଡିଗଡ଼ (୧୪), ଛତିଶଗଡ଼ (୨୮), ଦିଲ୍ଲୀ (୮୦୮), ଗୋଆ (୭), ଗୁଜରାଟ (୨୫୮), ହରିୟାଣା (୧୫୬), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୯୨), ଝାଡ଼ଖଣ୍ଡ (୮), କର୍ଣ୍ଣାଟକ (୧୪୫), କେରଳ (୩୨୪), ଲଦାଖ (୧୪), ମଧ୍ୟପ୍ରଦେଶ (୨୦୩), ମହାରାଷ୍ଟ୍ର (୮୪୦), ମଣିପୁର (୨), ଓଡ଼ିଶା (୩୩), ପୁଦ୍ଦୁଚେରୀ (୩), ପଞ୍ଜାବ (୬୫), ରାଜସ୍ଥାନ (୨୩୦), ତାମିଲନାଡୁ (୭୫୨), ତେଲେଙ୍ଗାନା (୧୯୭), ତ୍ରିପୁରା (୧), ଉତ୍ତରାଖଣ୍ଡ (୨୪), ଉତ୍ତରପ୍ରଦେଶ (୨୦୬) ଓ ପଶ୍ଚିମବଙ୍ଗ (୧୦୩) ।