ନୂଆଦିଲ୍ଲୀ: ଏପ୍ରିଲ୍ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪୫୦୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୦୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୭୭୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୯ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୩ ଜଣ, ଗୁଜରାଟରେ ୧୨୭ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୮ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୯୨ ଜଣ, ମହାରାଷ୍ଟ୍ରରେ ୩୦୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୭ ଜଣ, ରାଜସ୍ଥାନରେ ୨୭ଜଣ, ତାମିଲନାଡୁରେ ୨୨ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୫ ଜଣ ଏବଂ ପଶ୍ଚମବଙ୍ଗରେ ୧୮ ଜଣ ।
Image Source: Hindustan Timesସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୭), ଆନ୍ଧ୍ରପ୍ରଦେଶ (୯୫୫), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୨୩), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୫୧୪), ଗୋଆ (୭), ଗୁଜରାଟ (୨୮୧୫), ହରିୟାଣା (୨୭୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୫୪), ଝାଡ଼ଖଣ୍ଡ (୫୩) କର୍ଣ୍ଣାଟକ (୪୭୪), କେରଳ (୪୫୦), ଲଦାଖ (୨୦), ମଧ୍ୟପ୍ରଦେଶ (୧୮୫୨), ମହାରାଷ୍ଟ୍ର (୬୮୧୭), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୯୪), ପୁଦ୍ଦୁଚେରୀ (୭), ପଞ୍ଜାବ (୨୯୮), ରାଜସ୍ଥାନ (୨୦୩୪), ତାମିଲନାଡୁ (୧୭୫୫), ତେଲେଙ୍ଗାନା (୯୯୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୮), ଉତ୍ତରପ୍ରଦେଶ (୧୬୨୧) ଓ ପଶ୍ଚିମବଙ୍ଗ (୫୭୧) ।
Image Source: Zee Newsସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୧୪୫), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୬), ଚଣ୍ଡିଗଡ଼ (୧୪), ଛତିଶଗଡ଼ (୩୦), ଦିଲ୍ଲୀ (୮୫୭), ଗୋଆ (୭), ଗୁଜରାଟ (୨୬୫), ହରିୟାଣା (୧୫୬), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୧୦୯), ଝାଡ଼ଖଣ୍ଡ (୮), କର୍ଣ୍ଣାଟକ (୧୫୨), କେରଳ (୩୩୧), ଲଦାଖ (୧୪), ମଧ୍ୟପ୍ରଦେଶ (୨୧୦), ମହାରାଷ୍ଟ୍ର (୮୪୦), ମଣିପୁର (୨), ଓଡ଼ିଶା (୩୩), ପୁଦ୍ଦୁଚେରୀ (୩), ପଞ୍ଜାବ (୬୭), ରାଜସ୍ଥାନ (୨୩୦), ତାମିଲନାଡୁ (୮୬୬), ତେଲେଙ୍ଗାନା (୨୫୩), ତ୍ରିପୁରା (୧), ଉତ୍ତରାଖଣ୍ଡ (୨୫), ଉତ୍ତରପ୍ରଦେଶ (୨୪୭) ଓ ପଶ୍ଚିମବଙ୍ଗ (୧୦୩) ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Corona-Status_Saturday_25.04.20_Thumbnail.jpg)