ନୂଆଦିଲ୍ଲୀ: ଏପ୍ରିଲ୍ ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୭୮୯୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୧୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୮୭୨ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୪ ଜଣ, ଗୁଜରାଟରେ ୧୫୧ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୬ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୯ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୦୩ ଜଣ, ମହାରାଷ୍ଟ୍ରରେ ୩୪୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୮ ଜଣ, ରାଜସ୍ଥାନରେ ୩୩ ଜଣ, ତାମିଲନାଡୁରେ ୨୪ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୯ ଜଣ ଏବଂ ପଶ୍ଚମବଙ୍ଗରେ ୨୦ ଜଣ ।
/sambad/media/post_attachments/wp-content/uploads/2020/04/cvii-3.jpg) Image Source: Hindustan Times
 Image Source: Hindustan Timesସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୦୯୭), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୭୪), ଚଣ୍ଡିଗଡ଼ (୩୦), ଛତିଶଗଡ଼ (୩୭), ଦିଲ୍ଲୀ (୨୯୧୮), ଗୋଆ (୭), ଗୁଜରାଟ (୩୩୦୧), ହରିୟାଣା (୨୮୯), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୨୩), ଝାଡ଼ଖଣ୍ଡ (୮୨) କର୍ଣ୍ଣାଟକ (୫୦୩), କେରଳ (୪୫୮), ଲଦାଖ (୨୦), ମଧ୍ୟପ୍ରଦେଶ (୨୦୯୬), ମହାରାଷ୍ଟ୍ର (୮୦୬୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୦୩), ପୁଦ୍ଦୁଚେରୀ (୭), ପଞ୍ଜାବ (୩୧୩), ରାଜସ୍ଥାନ (୨୧୮୫), ତାମିଲନାଡୁ (୧୮୮୫), ତେଲେଙ୍ଗାନା (୧୦୦୨), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୦), ଉତ୍ତରପ୍ରଦେଶ (୧୮୬୮) ଓ ପଶ୍ଚିମବଙ୍ଗ (୬୪୯) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୨୩୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୭), ବିହାର (୫୬), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୨), ଦିଲ୍ଲୀ (୮୭୭), ଗୋଆ (୭), ଗୁଜରାଟ (୩୧୩), ହରିୟାଣା (୧୭୬), ହିମାଚଳ ପ୍ରଦେଶ (୨୨), ଜମ୍ମୁ ଓ କଶ୍ମୀର (୧୩୭), ଝାଡ଼ଖଣ୍ଡ (୧୩), କର୍ଣ୍ଣାଟକ (୧୮୨), କେରଳ (୩୩୮), ଲଦାଖ (୧୪), ମଧ୍ୟପ୍ରଦେଶ (୩୦୨), ମହାରାଷ୍ଟ୍ର (୧୦୭୬), ମଣିପୁର (୨), ଓଡ଼ିଶା (୩୫), ପୁଦ୍ଦୁଚେରୀ (୩), ପଞ୍ଜାବ (୭୧), ରାଜସ୍ଥାନ (୫୧୮), ତାମିଲନାଡୁ (୧୦୨୦), ତେଲେଙ୍ଗାନା (୨୮୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୨୮), ଉତ୍ତରପ୍ରଦେଶ (୨୮୯) ଓ ପଶ୍ଚିମବଙ୍ଗ (୧୦୫) ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Corona-Cases-in-India_Thumbnail.jpg)
