ଭାରତରେ କରୋନାଭାଇରସ୍: ୫୨୯୫୨ ଆକ୍ରାନ୍ତ, ୧୫୨୬୬ ସୁସ୍ଥ ଓ ୧୭୮୩ ମୃତ

ନୂଆଦିଲ୍ଲୀ: ମେ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୫୨୯୫୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୭୮୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୬ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଚଣ୍ଡିଗଡ଼ରେ ୧ଜଣ, ଦିଲ୍ଲୀରେ ୬୫ ଜଣ, ଗୁଜରାଟରେ ୩୯୬ ଜଣ, ହରିୟାଣାରେ ୭ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୯ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୮୫ ଜଣ, ମହାରାଷ୍ଟ୍ରରେ ୬୫୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨ ଜଣ, ପଞ୍ଜାବରେ ୨୭ ଜଣ, ରାଜସ୍ଥାନରେ ୯୨ ଜଣ, ତାମିଲନାଡୁରେ ୩୫ ଜଣ, ତେଲେଙ୍ଗାନାରେ ୨୯ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୬୦ ଜଣ ଏବଂ ପଶ୍ଚମବଙ୍ଗରେ ୧୪୪ ଜଣ ।

Image Source: India Today

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୭୭୭), ଅରୁଣାଚଳ ପ୍ରଦେଶ (୧), ଆସାମ (୪୫), ବିହାର (୫୪୨), ଚଣ୍ଡିଗଡ଼ (୧୨୦), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୫୫୩୨), ଗୋଆ (୭), ଗୁଜରାଟ (୬୬୨୫), ହରିୟାଣା (୫୯୪), ହିମାଚଳ ପ୍ରଦେଶ (୪୫), ଜମ୍ମୁ ଓ କଶ୍ମୀର (୭୭୫), ଝାଡ଼ଖଣ୍ଡ (୧୨୭) କର୍ଣ୍ଣାଟକ (୬୯୩), କେରଳ (୫୦୩), ଲଦାଖ (୪୧), ମଧ୍ୟପ୍ରଦେଶ (୩୧୩୮), ମହାରାଷ୍ଟ୍ର (୧୬୭୫୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୮୫), ପୁଦ୍ଦୁଚେରୀ (୯), ପଞ୍ଜାବ (୧୫୧୬), ରାଜସ୍ଥାନ (୩୩୧୭), ତାମିଲନାଡୁ (୪୮୨୯), ତେଲେଙ୍ଗାନା (୧୧୦୭), ତ୍ରିପୁରା (୪୩), ଉତ୍ତରାଖଣ୍ଡ (୬୧), ଉତ୍ତରପ୍ରଦେଶ (୨୯୯୮) ଓ ପଶ୍ଚିମବଙ୍ଗ (୧୪୫୬) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୨), ଆନ୍ଧ୍ରପ୍ରଦେଶ (୭୨୯), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨), ବିହାର (୧୮୮), ଚଣ୍ଡିଗଡ଼ (୨୧), ଛତିଶଗଡ଼ (୩୬), ଦିଲ୍ଲୀ (୧୫୪୨), ଗୋଆ (୭), ଗୁଜରାଟ (୧୫୦୦), ହରିୟାଣା (୨୬୦), ହିମାଚଳ ପ୍ରଦେଶ (୩୮), ଜମ୍ମୁ ଓ କଶ୍ମୀର (୩୨୨), ଝାଡ଼ଖଣ୍ଡ (୩୭), କର୍ଣ୍ଣାଟକ (୩୫୪), କେରଳ (୪୬୯), ଲଦାଖ (୧୭), ମଧ୍ୟପ୍ରଦେଶ (୧୦୯୯), ମହାରାଷ୍ଟ୍ର (୩୦୯୪), ମଣିପୁର (୨), ମେଘାଳୟ ୧୦, ଓଡ଼ିଶା (୬୧), ପୁଦ୍ଦୁଚେରୀ (୬), ପଞ୍ଜାବ (୧୩୫), ରାଜସ୍ଥାନ (୧୫୯୬), ତାମିଲନାଡୁ (୧୫୧୬), ତେଲେଙ୍ଗାନା (୬୨୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୩୯), ଉତ୍ତରପ୍ରଦେଶ (୧୧୩୦) ଓ ପଶ୍ଚିମବଙ୍ଗ (୩୬୪) ।

 

ସମ୍ବନ୍ଧିତ ଖବର