ଭାରତରେ କରୋନାଭାଇରସ୍: ୬୪୧୨ ଆକ୍ରାନ୍ତ, ୫୦୩ ସୁସ୍ଥ ଓ ୧୯୯ ମୃତ

ନୂଆଦିଲ୍ଲୀ: ଏପ୍ରିଲ୍ ୧୦ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୬୪୧୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪ ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୧୨ ଜଣ, ଗୁଜରାଟରେ ୧୭ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୧ଜଣ କର୍ଣ୍ଣାଟକରେ ୫ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୧୬ ଜଣ, ମହାରାଷ୍ଟ୍ରରେ ୯୭ ଜଣ, ଓଡ଼ିଶାରେ ୧ଜଣ, ପଞ୍ଜାବରେ ୮ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୮ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୪ ଜଣ ଏବଂ ପଶ୍ଚମବଙ୍ଗରେ ୫ ଜଣ ।

Image Source: Hindustan Times

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୩୪୮), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୯), ବିହାର (୩୯), ଚଣ୍ଡିଗଡ଼ (୧୮), ଛତିଶଗଡ଼ (୧୦), ଦିଲ୍ଲୀ (୭୨୦), ଗୋଆ (୭), ଗୁଜରାଟ (୨୪୧), ହରିୟାଣା (୧୬୯), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୧୫୮), ଝାଡ଼ଖଣ୍ଡ (୧୩) କର୍ଣ୍ଣାଟକ (୧୮୧), କେରଳ (୩୫୭), ଲଦାଖ (୧୫), ମଧ୍ୟପ୍ରଦେଶ (୨୫୯), ମହାରାଷ୍ଟ୍ର (୧୩୬୪), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୪୪), ପୁଦ୍ଦୁଚେରୀ (୫), ପଞ୍ଜାବ (୧୦୧), ରାଜସ୍ଥାନ (୪୬୩), ତାମିଲନାଡୁ (୮୩୪), ତେଲେଙ୍ଗାନା (୪୪୨), ତ୍ରିପୁରା (୧), ଉତ୍ତରାଖଣ୍ଡ (୩୫), ଉତ୍ତରପ୍ରଦେଶ (୪୧୦) ଓ ପଶ୍ଚିମବଙ୍ଗ (୧୧୬) ।

ସମ୍ବନ୍ଧିତ ଖବର