ଭାରତରେ ସଂକ୍ରମଣ ଆରମ୍ଭରୁ ୯୬ଦିନରେ ଚିହ୍ନଟ ହୋଇଥିଲେ ୫୦,୦୦୦ କରୋନା ଆକ୍ରାନ୍ତ, ଏବେ ୫ଦିନରେ ୫୦,୦୦୦

ନୂଆଦିଲ୍ଲୀ : ଦେଶରେ ଏବେ ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ବଢୁଥିବା ଦେଖାଯାଉଛି | ଲକଡାଉନ ପ୍ରତିବନ୍ଧକ କୋହଳ ହେବା ପରେ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିଛି | ପ୍ରତି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି | ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯,୯୮୩ଟି ନୂତନ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ମୋଟ ରୋଗୀଙ୍କ ସଂଖ୍ୟା ୨.୫୬ଲକ୍ଷରେ ପହଂଚିଛି | ସବୁଠାରୁ ଚିନ୍ତାଜନକ ବିଷୟ ହେଲା ମାତ୍ର ୫ଦିନ ମଧ୍ୟରେ ପ୍ରାୟ ୫୦ ହଜାର ନୂଆ ମାମଲା ରିପୋର୍ଟ ହୋଇଛି।

ସୂଚନାଯୋଗ୍ୟ, ଜୁନ୍ ୩ରେ ଦେଶର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ ଥିଲା | ଜୁନ୍ ୪ରେ ଏହି ସଂଖ୍ୟାରେ ବୃଦ୍ଧି ଘଟି କରୋନା ରୋଗୀଙ୍କ ସଂଖ୍ୟା ୨.୧୬ ଲକ୍ଷକୁ ବୃଦ୍ଧି ପାଇଥିଲା | ଜୁନ୍ ୫ରେ କରୋନା ରୋଗୀଙ୍କ ସଂଖ୍ୟା ୨.୨୬ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ଜୁନ୍ ୬ରେ ଏହି ସଂଖ୍ୟା ୨.୩୬ ଲକ୍ଷ, ଜୁନ୍ ୭ରେ ୨.୪୬ ଲକ୍ଷ ଏବଂ ଜୁନ ୮ରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୬୧୧ରେ ପହଂଚିଛି | ଅର୍ଥାତ୍ ପ୍ରତିଦିନ ପ୍ରାୟ ୧୦ ହଜାର ନୂଆ ମାମଲା ରିପୋର୍ଟ କରାଯାଉଛି | ତେବେ କରୋନା ଭାରତକୁ ଆସିବା ପରେ ପରେ ୯୬ଦିନରେ ୫୦,୦୦୦ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ମାତ୍ର ୫ଦିନରେ ୫୦ ହଜାର ନୂଆ ମାମଲା ରିପୋର୍ଟ ହୋଇଛି |

Coronavirus Updates: India records 28,380 confirmed cases, death ...
The Economic Times

ଦେଶରେ ପ୍ରଥମ କରୋନା ମାମଲା ଜାନୁଆରୀ ୩୦ରେ ଆସିଥିବା ବେଳେ ମେ ୭ରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିଲା। ଅର୍ଥାତ୍ ପ୍ରାୟ ୯୬ ଦିନ ମଧ୍ୟରେ ପ୍ରଥମ ୫୦ ହଜାର ମାମଲା ରିପୋର୍ଟ ହୋଇଥିଲା। ମେ ୧୯ ରେ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ମେ ୨୭ରେ କରୋନା ରୋଗୀଙ୍କ ସଂଖ୍ୟା ୧.୫୦ ଲକ୍ଷରେ ପହଞ୍ଚିଥିଲା |​​ମେ ୩ରେ ଏହି ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ଦେଖା ଯାଇଥିଲା |।

ସମ୍ବନ୍ଧିତ ଖବର