ଆଇସୋଲେସନ୍‌ ଓ୍ଵାର୍ଡରେ କରୋନା ଆକ୍ରାନ୍ତଙ୍କୁ କେମିତି ରଖାଯାଇଥାଏ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଭାରତରେ କରୋନାଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚି ଯାଇଛି। ଯେଉଁ ବ୍ୟକ୍ତିଙ୍କ ଶରୀରରେ କରୋନାଭାଇରସ୍‌ ଲକ୍ଷଣ ଦେଖା ଦେଇଥାଏ, ତାଙ୍କୁ ୧୪ଦିନ ପର୍ଯ୍ୟନ୍ତ କଡ଼ା ନୀରିକ୍ଷଣରେ ଆଇସୋଲେସନ୍‌ ଓ୍ଵାର୍ଡରେ ରଖା ଯାଇଥାଏ ବୋଲି ସୂଚନା ରହିଛି।

କେରଳରେ ଯେଉଁ ତିନିଜଣ କରୋନା ରୋଗୀଙ୍କୁ ସୁସ୍ଥ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ପ୍ରଥମେ ସୁସ୍ଥ ହୋଇଥିବା ବ୍ୟକ୍ତି ଆଇସୋଲେସନ୍‌ ଓ୍ଵାର୍ଡରେ କିପରି ରୋଗୀଙ୍କୁ ଚିକିତ୍ସା କରାଯାଇଥାଏ ତାହାକୁ ବଖାଣି କହିଛନ୍ତି, ‘ଆଇସୋଲେସନ୍‌ ଓ୍ଵାର୍ଡରେ ଯେଉଁମାନଙ୍କୁ ଭର୍ତ୍ତି କରାଯାଉଛି ସେମାନେ ଆଦୌ ଭୟ କରନ୍ତୁ ନାହିଁ। ୧୪ଦିନ ପର୍ଯ୍ୟନ୍ତ ସେ ଯେତେବେଳେ ଡାକ୍ତରଙ୍କ କଡ଼ା ନୀରିକ୍ଷଣରେ ରହିଥିଲେ, ସେ ସେଠାରେ ସହଜ ଓ ସୁବିଧାରେ ସୋସିଆଲ ମିଡିଆ ବ୍ୟବହାର କରିବା ସହିତ ଫୋନ୍‌ ବ୍ୟବହାର କରି ସିନେମା ବି ଦେଖି ପାରୁଥିଲେ। କିଛି ଅସ୍ୱାଭାବିକ ଲାଗୁ ନଥିଲ। ପ୍ରତିଦିନ ମନୋବିଜ୍ଞାନୀ କଥାବାର୍ତ୍ତା ହୋଇ କାଉନ୍‌ସେଲିଂ କରିଥାଆନ୍ତି।’

Image result for coronavirus-kerala-isolation-centre-survivor
aajtak.intoday.in

ଉଲ୍ଲେଖଯୋଗ୍ୟ, ଭାରତରେ ଏଯାବତ୍  କରୋନାଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭୦ରୁ ଊର୍ଦ୍ଧ୍ୱ ଘଟଣା ସାମ୍ନାକୁ ଆସିଥିବା  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ । ଏହି ୭୩ଟି ଘଟଣାରୁ ୩ଜଣ ରୋଗୀଙ୍କ ଚିକିତ୍ସା ହୋଇସାରିଛି। ଏହି ତିନିଟି ଘଟଣା କେରଳର ଥିଲା ବୋଲି ଜଣାପଡ଼ିଛି। କେରଳରେ କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ୧୭ରେ ପହଞ୍ଚିଛି।

ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ୍‌ ଲୋକସଭାକୁ ସୂଚନା ଦେଇ କହିଛନ୍ତି, ମାରାତ୍ମକ କରୋନାଭାଇରସ୍‌ ପରୀକ୍ଷା ପାଇଁ ଦେଶରେ ୫୧ଟି ଲ୍ୟାବ୍‌ ପ୍ରସ୍ତୁତ ହୋଇଛି। ସେହିପରି ଦେଶର ୩୦ଟି ବିମାନବନ୍ଦରରେ ଏବେ ଯାତ୍ରୀଙ୍କ ସ୍କାନିଂ ବ୍ୟବସ୍ଥା ଉପଲବ୍ଧ ରହିଛି। ଏଯାବତ ୧୦ଲକ୍ଷରୁ ଅଧିକ ଲୋକଙ୍କ ସ୍କାନିଂ କରାଯାଇ ସାରିଲାଣି।

ସମ୍ବନ୍ଧିତ ଖବର