ନୂଆଦିଲ୍ଳୀ: ଧୀରେ ଧୀରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଲୋକଙ୍କୁ ଭୟଭୀତ କରାଉଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ମଧ୍ୟରେ ଦେଶରେ ୮,୦୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୬,୫୯୪ ଜଣ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୩୬,୬୯୫ରେ ପହଞ୍ଚିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪,୦୩୫ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ହୋଇଛନ୍ତି ୪,୨୬,୬୧,୩୭୦ ଜଣ। ଦେଶରେ ଗତକାଲି ୮,୦୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା।
ମୁମ୍ବାଇରେ ଗତକାଲି ଦିନକରେ ୧୦୦ରୁ ଅଧିକ ଜଣ କରୋନା ସଂକ୍ରମିତ ରୋଗୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ୪ ମାସରେ ଏହା ସର୍ବାଧିକ। ମୁମ୍ବାଇରେ ମଧ୍ୟ ୨୪ ଘଣ୍ଟାରେ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ମୁମ୍ବାଇର କେସ୍ ପଜିଟିଭ୍ ହାର ୧୧ ପ୍ରତିଶତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Corona-in-India-on-14th-June_Thumbnail.jpg)