ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପାଖାପାଖି ୧ ହଜାର ହ୍ରାସ ପାଇଛି। ଗତକାଲି ଆକ୍ରାନ୍ତ ସଂଖ୍ୟା ଥିଲା ୩,୨୦୭। ନୂତନ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ସମୁଦାୟ କରୋନା ପଜିଟିଭ୍ ସଂଖ୍ୟା ୪, ୩୧, ୦୭, ୬୮୯ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯,୬୩୭।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୧୦୩ରେ ପହଞ୍ଚିଛି। ତେବେ ଦେଶରେ କରୋନାରେ ସୁସ୍ଥ ହାର ରହିଛି ୯୮.୭୪ ପ୍ରତିଶତ। ଦୈନିକ କରୋନା ପଜିଟିଭ୍ ହାର ୦.୯୫ ଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ଅଛି ୦.୮୨ ପ୍ରତିଶତ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୦୭ କରୋନା ଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୯ ମୃତ୍ୟୁ ରେକର୍ଡ କରାଯାଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/corona-india.jpg)
