ଗତକାଲିଠାରୁ ସାମାନ୍ୟ କମିଲା ସଂକ୍ରମଣ; ୨୪ ଘଣ୍ଟାରେ ଦେଶରେ ୧୩,୦୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ସାମାନ୍ୟ କମ୍‌ ହୋଇଛି କରୋନା ସଂକ୍ରମଣ। ଗତକାଲି ଦେଶରେ ୧୬,୧୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ୧୩,୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୫,୧୮୫୬୪ରେ ପହଞ୍ଚିଛି।

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୧୨,୪୫୬ ଜଣ ଓ ୧୯ ଜଣଙ୍କର କରୋନାରେ ଜୀବନ ଯାଇଛି। ନୂତନ ମୃତକଙ୍କୁ ମିଶାଇ ଦେଶରେ କରୋନାଜନୀତ ମୃତ୍ୟୁସଂଖ୍ୟା ୫,୨୫,୨୨୩ ଛୁଇଁଛି।

 

ଏବେ ବି ସକ୍ରିୟ ଅଛନ୍ତି ୧,୧୪,୪୭୫ ଜଣ। ଦୈନିକ ସଂକ୍ରମଣ ହାର ୨.୯୦ ପ୍ରତିଶତ ହୋଇଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୩.୮୧ ପ୍ରତିଶତ। ଏବେ ସୁଦ୍ଧା ଦେଶରେ ସମୁଦାୟ ୧୯୮.୦୯ କୋଟି ଲୋକ ଟିକା ନେଇ ସାରିଛନ୍ତି।

 

ସମ୍ବନ୍ଧିତ ଖବର