ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ଘଟିଛି। ଗତକାଲି ଦେଶରେ ୨,୦୨୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମଣ ସଂଖ୍ୟା ରହିଛି ୧,୬୭୫। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ନୂତନ ସଂକ୍ରମଣକୁ ମିଶାଇ ସମୁଦାୟ ସଂକ୍ରମଣ ସଂଖ୍ୟା ୪ କୋଟି ୩୧ ଲକ୍ଷ ୪୦ ହଜାର ୬୮ରେ ପହଞ୍ଚିଛି। ତେବେ କରୋନାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୮୪୧ରେ ପହଞ୍ଚିଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪,୪୯୦ରେ ପହଞ୍ଚିଛି। ସମୁଦାୟ ସଂକ୍ରମଣର ସକ୍ରିୟ ହାର ରହିଛି ୦.୦୩। ସୁସ୍ଥ ହାର ରହିଛି ୯୮.୭୫ ପ୍ରତିଶତ।

ଗତକାଲି ୨,୦୨୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଥିଲା ୪୬। ଗତକାଲି ଅପେକ୍ଷା ଆଜି ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି।