ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଖାଇଲାସ୍ଥିତ ଏକ ଡାକ୍ତରଖାନାକୁ ଯାଉଥିବା ବେଳେ ଜଣେ ଗର୍ଭବତୀ ମହିଳା ପୁଲିସ ଗାଡି ଭିତରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣା ପଡିଛି। ଗର୍ଭବତୀ ମହିଳା ତାଙ୍କ ପରିବାର ସହିତ ପୁଲିସ ଷ୍ଟେସନକୁ ଯାଇ ଗୁରୁବାର ରାତିରେ ଜଣେ ମହିଳା କନଷ୍ଟେବଳ ସୁମନଙ୍କୁ ଭେଟିଥିଲେ।
ଡେପୁଟି କମିଶନର(ପଶ୍ଚିମ) ଦୀପକ ପୁରୋହିତ କହିଛନ୍ତି, "ପରିବାର ଲୋକ କନଷ୍ଟେବଳଙ୍କୁ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସୁବିଧା ଯୋଗାଇଦେବାକୁ କହିଥିଲେ। କିନ୍ତୁ କନଷ୍ଟେବଳ ତାଙ୍କ ବରିଷ୍ଠ ଅଧିକାରୀମନଙ୍କୁ ସୂଚନା ଦେବା ପରେ ପୁଲିସ ଜିପ୍ସୀରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା। ଗର୍ଭବତୀ ମହିଳା ମିନି କୁମାରଙ୍କ ପ୍ରସବ ଯନ୍ତ୍ରଣା ବଢିବା ସହ ନବଜାତକୁ ସେ ପୁଲିସ ଗାଡି ଭିତରେ ହିଁ ଜନ୍ମ ଦେଇଥିଲେ ବୋଲି ଡିସିପି କହିଛନ୍ତି।
The Economic Timesପୁଲିସର ସୂଚନାନୁସାରେ, ମହିଳା ଜଣକ ଶିଶୁଟିକୁ ପ୍ରସବ କରିବା ସମୟରେ ଗାଡିଟି ହସ୍ପିଟାଲଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିଲା। ମହିଳା କନଷ୍ଟେବଳ ପ୍ରସବ କରିବାରେ ସାହାଯ୍ୟ କରୁଥିବା ବେଳେ ତାଙ୍କ ସ୍ୱାମୀ ଏବଂ ଭଉଣୀ ଶିଶୁଟିକୁ ଟାଣି ବାହାର କରିଥିଲେ। ଏ ନେଇ ଡାକ୍ତରମାନଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା ଏବଂ ସେମାନେ ସେମାନଙ୍କର ଚିକିତ୍ସା ଉପକରଣ ସହିତ ପୁଲିସ ଗାଡି ପାଖକୁ ଆସିଥିଲେ। ଶିଶୁଟିକୁ ଏକ ଟାୱେଲରେ ଗୁଡ଼ାଇବା ପରେ ଡାକ୍ତର ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y-34.jpg)