ଲକଡାଉନ ୫.୦: ଜୁନ୍ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇଲେ ମଧ୍ୟପ୍ରଦେଶ ସରକାର

ଭୋପାଲ: ମଧ୍ୟପ୍ରଦେଶରେ କରୋନାଭାଇରସ୍ ଲକଡାଉନକୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ରାଜ୍ୟ ମଧ୍ୟପ୍ରଦେଶର ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି | କେନ୍ଦ୍ର ଲକଡାଉନର ଅବଧିକୁ ବଢାଇବା ପାଇଁ କୌଣସି ନିଷ୍ପତି ନେବା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଦିନ ଜୁନ୍ ୧୫ ପର୍ଯ୍ୟନ୍ତ ଲକଡାଉନକୁ ବଢାଇବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୭୬୪୬ଟି କରୋନା କରୋନା ରୋଗୀ ରହିଥିବା ବେଳେ ୩୦୪୨ ସକ୍ରିୟ କରୋନାଭାଇରସ୍ ମାମଲା ରହିଛି। ଏହା ସହ ୪୨୬୯ ରୋଗୀ ଆରୋଗ୍ୟ ହୋଇଛନ୍ତି କିମ୍ବା ସ୍ଥାନାନ୍ତରିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୩୩୪ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି |

Shivraj Singh Chouhan: Madhya Pradesh CM orders database on 13 ...
Times of India

ଗତକାଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦୀଙ୍କ ବାସଭବନକୁ ଯାଇ ଲକଡାଉନ ୫.୦କୁ ନେଇ ଆଲୋଚନା କରିଥିଲେ | ଲକଡାଉନ ୫.୦ର ଆବଶ୍ୟକତା ରହିଛି କି ନାହିଁ, ଯଦି ରହିଛି ତେବେ ତାହାର ଅବଧି କେତେ ଦିନ ପର୍ଯ୍ୟନ୍ତ କରାଯିବ ଏବଂ ଲକଡାଉନ ୫.୦ରେ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଗରୁତ୍ବ ଦେବା ବିଷୟରେ ଆଲୋଚନା କରାଯାଇଥିବା ନେଇ ଖବର ମିଳିଥିଲା | ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକଡାଉନ ୫.୦କୁ ନେଇ କୌଣସି ଘୋଷଣା କରିନାହାନ୍ତି |

ସମ୍ବନ୍ଧିତ ଖବର