୧,୬୦୦କୋଟିର ଲକଡାଉନ ରିଲିଫ ଘୋଷଣା କଲେ କର୍ଣ୍ଣାଟକ ସରକାର, ରାଜ୍ୟରେ ରଜକ ଓ ବାରିକଙ୍କୁ ମଧ୍ୟ ମିଳିବ ସହାୟତା

ବେଙ୍ଗାଲୁରୁ: ପ୍ରବାସୀମାନଙ୍କ ପାଇଁ ୧୦ଟି ଟ୍ରେନ୍ ବାତିଲ କରିବାର ଗୋଟିଏ ଦିନ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ସରକାର କରୋନାଭାଇରସ୍ ଲକଡାଉନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ଗୋଷ୍ଠୀ ପାଇଁ ୧,୬୦୦ କୋଟିରୁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଛୋଟ ଏବଂ ମଧ୍ୟମ ଉଦ୍ୟୋଗ, ବୁଣାକାର, ଫୁଲ ଚାଷୀ, ରଜକ, ବାରିକ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସୁବିଧା ଯୋଗାଇଦେବ |

ଆଜି ଘୋଷିତ ପଦକ୍ଷେପଗୁଡିକର ଏକ ଅଂଶ ଭାବରେ, ଫୁଲ ବିକ୍ରେତାମାନେ ହେକ୍ଟର ପିଛା ୨୫,୦୦୦ ଟଙ୍କା ରିଲିଫ୍ ପାଇବେ ଯାହା ଫସଲ ନଷ୍ଟ ପାଇଁ ସର୍ବାଧିକ ହେକ୍ଟର ସୀମା ମଧ୍ୟରେ ସୀମିତ ରହିବ। ରଜକ ଓ ବାରିକମାନଙ୍କ ପାଇଁ ଥରେ ୫,୦୦୦ ଟଙ୍କା କ୍ଷତିପୂରଣ ମିଳିବ | ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନେ ଥରକ ପାଇଁ ୫,୦୦୦ ଟଙ୍କା ଥଇଥାନ ରାଶି ପାଇବେ। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଇଥିବା ୨୦୦୦ ଟଙ୍କା ବ୍ୟତୀତ ୩୦୦୦ ଟଙ୍କା ପାଇବେ।

1,600 കോടിയുടെ ദുരിതാശ്വാസ ...

କୋଭିଡ -୧୯ କେବଳ ଚାଷୀଙ୍କୁ ପ୍ରଭାବିତ କରିନାହିଁ, ବରଂ ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ବାରିକ ଏବଂ ରଜକ ଭଳି ସେବା ବୃତ୍ତିଗତଙ୍କୁ ମଧ୍ୟ ପ୍ରଭାବିତ କରିଛି। ଏ ନେଇ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା ଜଣା ପଡିଛି |ତେବେ ବୁଣାକାରମାନଙ୍କୁ ମଧ୍ୟ ସହାୟତା ରାଶି ଭାବରେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ଜଣା ପଡିଛି | ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମ୍ଏସ୍ଏମ୍ଇ)ପାଇଁ ବିଦ୍ୟୁତ୍ ବିଲ୍ ଉପରେ ଦୁଇମାସ ଛାଡ କରାଯିବ । ବୃହତ ଶିଳ୍ପଗୁଡିକର ବିଦ୍ୟୁତ୍ ବିଲ୍ ଦୁଇମାସ ପାଇଁ ସ୍ଥଗିତ ରଖାଯିବ ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର