ଜାପାନୀ ଜାହାଜରେ କରୋନାଭାଇରସ୍‌: ୬ ଭାରତୀୟଙ୍କ ସମେତ ୩୭୦୦ ଯାତ୍ରୀ ଜାହାଜରେ ଅଟକ

ନୂଆଦିଲ୍ଲୀ: ଅନ୍ୟୂନ ଛଅଜଣ ଭାରତୀୟ ଯାତ୍ରୀ ଏବଂ ‘ଅନେକ’ ପରିଚାରକଙ୍କ ସମେତ ୩୭୦୦ଜଣ ଯାତ୍ରୀ ଥିବା ବିଳାଶମୟ ଜାପାନୀ ଯାତ୍ରୀବାହୀ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ କରୋନାଭାଇରସ୍‌ ଭୟରେ ଗତ ଅଳ୍ପ କେତେ ଦିନ ହେବ ଜାପାନର ୟୋକୋହମା ବନ୍ଦରରେ ପୃଥକ୍‌ କରି ରଖାଯାଇଛି।

ଜାହାଜରେ ଥିବା ୩୭୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରୁ ୬୧ ଜଣ ଠାରେ କରୋନାଭାଇରସ୍‌ ସଂକ୍ରମଣ ହୋଇଥିବା କଥା ଶୁକ୍ରବାର ଦିନ ଜାପାନ ସରକାର କହିଛନ୍ତି। ଆଉ ୪୧ ଜଣ ଯାତ୍ରୀ ମଧ୍ୟ କରୋନାଭାଇରସ୍‌ ସଂସ୍ପର୍ଶରେ ଆସିଥିବା କଥା ଜଣାପଡ଼ିଛି। ଏଯାଏଁ ଜାପାନୀ କର୍ତ୍ତୃପକ୍ଷ ୨୭୩ ଜଣ ଯାତ୍ରୀଙ୍କୁ ପରୀକ୍ଷା କରିସାରିଲେଣି। ଆକ୍ରାନ୍ତଙ୍କ ମଧ୍ୟରେ କୌଣସି ଭାରତୀୟ ନ ଥିବା କୁହାଯାଉଛି।

ଗତ ମାସରେ ହଙ୍ଗ କଙ୍ଗ୍‌ ଠାରେ ସେ ଜାହାଜରୁ ଓହ୍ଲାଇଥିବା ଜଣେ ୮୦ ବର୍ଷିୟ ବ୍ୟକ୍ତିଙ୍କ ଠାରେ କରୋନାଭାଇରସ୍‌ ଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ସେଥିପାଇଁ ଜାନୁଆରି ୨୫ ତାରିଖରେ ହଙ୍ଗ୍‌ କଙ୍ଗ୍‌ ବନ୍ଦର ଛାଡ଼ିଥିବା ସେ ଜାହାଜକୁ ୧୪ ଦିନ ଲାଗି ପୃଥକ୍‌ ରଖାଯିବାକୁ ଆଦେଶ ଦିଆଯାଇଥିଲା।

Image Source: Indian Express

ଗତକାଲି ସଂକ୍ରମିତ ଯାତ୍ରୀମାନଙ୍କୁ ଡାକ୍ତରଖାନା ପଠାଯାଇଥିବା କଥା ଚୀନ୍‌ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତିରୁ ଜଣାପଡ଼ିଛି।

ସଂକ୍ରମିତ ୬୧ଜଣଙ୍କ ମଧ୍ୟରେ ଅଛନ୍ତି ୨୧ଜଣ ଜାପାନୀ, ଆମେରିକୀୟ, କାନଡୀୟ, ଅଷ୍ଟ୍ରେଲୀୟ, ଜଣେ ଅର୍ଜେଣ୍ଟିନୀୟ ଏବଂ ଜଣେ ବ୍ରିଟୋନ୍‌ବାସୀ।

ସଂପ୍ରତି ଚୀନ୍‌ ବାହାରେ ସବୁଠୁ ଅଧିକ କରୋନାଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତି ଏହି ଜାହାଜରେ ଥିବା କଥା ବିଶ୍ୱାସ କରାଯାଉଛି।

ସମ୍ବନ୍ଧିତ ଖବର