ଚୀନର ମିଛକୁ ଧରା ପକାଇଲା ହାଭାର୍ଡ ଗବେଷଣା: ଅଗଷ୍ଟ ୨୦୧୯ରୁ ଚୀନରେ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ !

ନୂଆଦିଲ୍ଲୀ: କିଛି ଦିନ ତଳେ ଚୀନ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ଲୁଚାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା | ଏବେ ପୁଣି ଚୀନର ଆଉ ଏକ ମିଛ ସାମ୍ନାକୁ ଆସିଛି | ଡ଼ିସେମ୍ବରରେ ନୁହେଁ ବରଂ ଅଗଷ୍ଟ ୨୦୧୯ରୁ ଚୀନରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଦାବି କରିଛି ହାଭାର୍ଡ ବିଶ୍ବବିଦ୍ୟାଳୟ | ହସ୍ପିଟାଲକୁ ରୋଗୀଙ୍କ ଆତଯାତ ଏବଂ ସର୍ଚ୍ଚ ଇଞ୍ଜିନ୍ ତଥ୍ୟର ଉପଗ୍ରହ ଚିତ୍ରକୁ ଆଧାର କରି ହାର୍ଭାର୍ଡ ଗବେଷକମାନେ ଏଭଳି ଦାବି କରିଛନ୍ତି | ତେବେ ହାଭାର୍ଡ ଗବେଷକମାନଙ୍କ ଏଭଳି ଦାବିକୁ ଖଣ୍ଡନ କରି ଚୀନ ଏହାକୁ ହାସ୍ୟାସ୍ପଦ ବୋଲି କହିଛି |

ମିଳିଥିବା ସୂଚନା ମୁତାବକ, ଅନୁସନ୍ଧାନରେ ଊହାନର ହସ୍ପିଟାଲର ପାର୍କିଂ ସ୍ଥାନଗୁଡିକର ଉପଗ୍ରହ ଚିତ୍ର ବ୍ୟବହାର କରାଯାଇଥିଲା | ଉପଗ୍ରହ ଚିତ୍ରରେ ଊହାନ ଡାକ୍ତରଖାନା ଗୁଡିକରେ ଅଗଷ୍ଟ ମାସରୁ ହିଁ ଭିଡ ଦେଖିବାକୁ ମିଳିଥିଲା | ଚୀନ ଡିସେମ୍ବର ୨୦୧୯ରୁ କରୋନା ବ୍ୟାପିବା ଆରମ୍ଭ ହୋଇଥିବା କଥା କହିଥିବା ବେଳେ ଡାକ୍ତରଖାନାରେ ରୋଗୀଙ୍କ ଭିଡ ଦେଖି ଏହା ଅଗଷ୍ଟରୁ ଆରମ୍ଭ ହୋଇଥାଇ ପରେ ବୋଲି ହାଭାର୍ଡ ଗବେଷକମାନେ ଦାବି କରିଛନ୍ତି |

A student enters a dorm room at Wuhan University, China, on the first day of classes on June 8, 2020. The first cases of Covid-19 disease emerged in Wuhan late last year.
hindustantimes

ଏ ନେଇ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିଙ୍ଗଙ୍କୁ ମଙ୍ଗଳବାର ଦିନ ଏକ  ସାମ୍ବାଦିକ ସମ୍ମିଳନୀରେ ପଚରାଯିବା ପରେ ସେ ଏହି ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି | “ମୁଁ ଭାବୁଛି ଡାକ୍ତରଖାନା ବାହାର ପାର୍କିଂକୁ ଦେଖି ଏଭଳି ଦାବି କରିବା ହାସ୍ୟାସ୍ପଦ, ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି |

ସମ୍ବନ୍ଧିତ ଖବର