କରୋନାସଂକ୍ରମିତ ସବୁଠାରୁ କମ୍‌ ବର୍ଷୀୟ ମହିଳାଙ୍କ ପ୍ରସବ ପରେ ମୃତ୍ୟୁ

ନୂଆଦିଲ୍ଲୀ: କରୋନାଭାଇରସ୍‌ ଦ୍ରୁତଗତିରେ ପୂରା ଦୁନିଆକୁ ବ୍ୟାପିବାରେ ଲାଗିଛି। ଇଟାଲୀରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀରେ ମୃତ୍ୟୁ ହେଉଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ/ବୃଦ୍ଧା ରହିଛନ୍ତି। କିନ୍ତୁ ପୋଲାଣ୍ଡରେ ଜଣେ ୨୭ବର୍ଷୀୟ ମହିଳାଙ୍କ ଏହି କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏହି ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ଉକ୍ତ ମହିଳାଙ୍କୁ ତାଙ୍କ ମା’ଙ୍କ ପାଇଁ କରୋନା ସଂକ୍ରମିତ ହୋଇଥିବା କୁହାଯାଉଛି। ଯିଏକି ନିକଟରେ ଇଟାଲୀରୁ ଫେରିଥିଲେ। କାରଣ ପ୍ରସବ କରିବା ପୂର୍ବରୁ ଉକ୍ତ ମହିଳା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲେ।

Image result for coronavirus-test-and-treatment-are-free-or-costly
Time

ପ୍ରକାଶିତ ରିପୋର୍ଟ ମୁତାବକ, ଇତିମଧ୍ୟରେ ଇଟାଲୀ ଏହି ମହାମାରୀର କେନ୍ଦ୍ର ହୋଇସାରିଛି। ବ୍ରିଟେନ୍‌ରେ କରୋନାଭାଇରସ୍‌ରେ ଏଯାବତ ୧୪୪ମୃତ୍ୟୁ ହୋଇସାରିଥିବା ବେଳେ ୩୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଉଥିବା ବେଳେ ଲୋକମାନଙ୍କୁ ଭିଡ଼ ଆଦି ସ୍ଥାନକୁ ଯିବାକୁ ବାରଣ କରାଯାଉଛି।

କେବଳ ଏତିକି ନୁହେଁ ପୋଲାଣ୍ଡ ସରକାର ପାଖାପାଖି ୧୪ଲକ୍ଷ ଲୋକଙ୍କୁ ମୋବାଇଲ୍‌ରେ ମେସେଜ ଓ ପତ୍ର ମାଧ୍ୟମରେ ସଚେତନ ବାର୍ତ୍ତା ଦେଇ ଅଲଗାଅଲଗା ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ୧୪ଲକ୍ଷଙ୍କ ମଧ୍ୟରେ ସେହି ଲୋକମାନେ ଅଛନ୍ତି ଯେଉଁମାନଙ୍କ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ରହିିିଛି। ଏମାନଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ସମ୍ଭବାନା ରହିଥିବାରୁ ସରକାର ବିଶେଷ ସଚେତନ ରହିବାକୁ କହିଛନ୍ତି। ଏହି ୧୪ଲକ୍ଷ ଲୋକଙ୍କ ମଧ୍ୟରେ ଅନେକ ଲୋକ କର୍କଟ, ହୃଦୟରୋଗ ଓ କିଡନୀ ସହିତ ଜଡ଼ିତ ଆଦି ରୋଗରେ ପୂର୍ବରୁ ପୀଡ଼ିତ ରହିଥିଲେ।

ସମ୍ବନ୍ଧିତ ଖବର