ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ବିମାନ ଆଜି ୧୫ ଟନ୍ ଚିକିତ୍ସା ଉପକରଣ ଧରି ଚୀନ୍କୁ ଉଡ଼ାଣ କରିଛି। ସି-୧୭ ସାମରିକ ବିମାନ ଚୀନ୍ରେ ପହଞ୍ଚିବାପରେ ସେଠାରୁ ୮୦ ଭାରତୀୟ ଏବଂ ପ୍ରାୟ ୪୦ ଜଣ ପଡ଼ୋଶୀ ରାଷ୍ଟ୍ରର ନାଗରିକଙ୍କୁ ଧରି ଭାରତ ଆଣିବ। ଆଜି ବିମାନରେ ଚୀନ୍ ପାଇଁ ମାସ୍କ, ଗ୍ଲୋଭ୍ ଏବଂ ଅନ୍ୟ ଜରୁରୀ ଚିକିତ୍ସା ଉପକରଣ ପଠାଯାଇଛି। ଉଲ୍ଲେଖଯୋଗ୍ୟ ଗତ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍କୁ ଚିଠି ଲେଖି ଭାରତ ଚୀନ୍କୁ କରୋନା ମୁକାବିଲା ଦିଗରେ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି କହିଥିଲେ।
ଇରାନ, କୋରିଆ ଓ ଇଟାଲୀ ନଯିବାକୁ ପରାମର୍ଶ
ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରକୋପ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପି ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଯାତ୍ରା ସତର୍କତା ମାର୍ଗଦଶିର୍କା ସହିତ ଅତିରିକ୍ତ ନିେର୍ଦ୍ଦଶାବଳୀ ଜାରି କରାଯାଇଛି। ଅତି ଜରୁରି ନଥିଲେ ଭାରତୀୟମାନଙ୍କୁ କୋରିଆ, ଇରାନ ଓ ଇଟାଲୀ ଗସ୍ତ ନକରିବା ଲାଗି ପରାମର୍ଶ ଦିଆଯାଇଛି।.କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା ଯାତ୍ରୀ କିମ୍ବା ୧୦ ଫେବ୍ରୁଆରି ୨୦୨୦ ପରେ ଭାରତରେ ପହଁଚିଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଂଚ କରାଯିବ ବୋଲି ଜଣାପଡ଼ିଛି।