କରୋନାଭାଇରସ୍ ମହାମାରୀ ଦ୍ରୁତ ବେଗରେ ବ୍ୟାପୀ ଚାଲିଛି, ବିପଜ୍ଜନକ ଅବସ୍ଥାରେ ବିଶ୍ବ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ଜେନେଭା: କରୋନାଭାଇରସ୍ ମହାମାରୀ ଦ୍ରୁତ ବେଗରେ ବଢ଼ିଚାଲିଛି। ଗୁରୁବାର ଦିନ ମାତ୍ର ଗୋଟିଏ ଦିନରେ ନୂତନ ସଂକ୍ରମଣ ସଂଖ୍ୟା ୧୫୦, ୦୦୦ ରେକର୍ଡ କରାଯାଇଛି। ଏଥିରୁ ଅର୍ଦ୍ଧେକ ସଂକ୍ରମଣ ଆମେରିକାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି।

ଜେନେଭାସ୍ଥିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ ମହାନିର୍ଦେଶକ ଟେଡ୍‌ରସ୍ ଆନ୍ଧାନମ୍ ଘେବ୍ରେୟେସ୍‌ସ୍‌ କହିଛନ୍ତି, ବିଶ୍ବ ଗୋଟାଏ ନୂତନ ଏବଂ ବିପଜ୍ଜନକ ଅବସ୍ଥାରେ ରହିଛି। ତଥାପି ଭୂତାଣୁ ଦ୍ରୁତ ବେଗରେ ବ୍ୟାପୀ ଚାଲିଛି, ଏବେ ବି ସେ ମାରାତ୍ମକ ହୋଇ ରହିଛି, ଏବଂ ଅଧିକାଂଶ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକୀୟମାନଙ୍କ ଭଳି ଦକ୍ଷିଣ ଏସିଆ ଏବଂ ମଧ୍ୟ ପ୍ରାଚ୍ୟରେ ମଧ୍ୟ ନୂତନ ସଂକ୍ରମଣ ବ୍ୟାପୁଛି।

ଶୁକ୍ରବାର ସୁଦ୍ଧା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଆକଳନ ଅନୁସାରେ, ବିଶ୍ବରେ ୮. ୫୩ ନିୟୁତରୁ ଅଧିକ ଲୋକ କରୋନାଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି ଏବଂ ୪୫୩, ୮୩୪ (?) ଲୋକଙ୍କର ମୃତ୍ୟୁ ଘଟିଲାଣି।

Image Courtesy of Al Jazeera

ତେଣୁ ଲୌକିକ ଦୂରତ୍ବ ବଜାୟ ରଖିବା ସହ ଲୋକେ ଅଧିକ ସତର୍କ ରୁହନ୍ତୁ ବୋଲି ଘେବ୍ରେୟେସ୍‌ସ୍‌ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧, ୨୩୦ ସଂକ୍ରମିତ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବ୍ରାଜିଲ୍ ପରିସ୍ଥିତି ଆଡ଼କୁ ଧ୍ୟାନ ଆକର୍ଷଣ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜରୁରୀକାଳୀନ ବିଶେଷଜ୍ଞ ମାଇକ୍ ରିୟାନ୍ କହିଲେ, ବ୍ରାଜିଲ୍‌ ସଂକ୍ରମଣର ୧୨% ହେଉଛନ୍ତି ସ୍ବାସ୍ଥ୍ୟସେବା କର୍ମୀ। ସେମାନଙ୍କ ସାହସିକତାକୁ ଅବଶ୍ୟ ରିୟାନ୍ ପ୍ରଶଂସା କରିଛନ୍ତି।

ଅନେକ ଦେଶ କଟକଣା ଉଠାଇ ଦେଉଥିବାରୁ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା କରି ରିୟାନ୍ କହିଛନ୍ତି, ସେମାନେ ଧୀରେ ଧୀରେ ଏବଂ ବୈଜ୍ଞାନିକ ପ୍ରଣାଳୀରେ ଏହା କରିବା ଉଚିତ।

ଟିକା ପ୍ରସଙ୍ଗରେ ଘେବ୍ରେୟେସ୍‌ସ୍‌ କହିଲେ, ଯଦିବା ଟିକା ଉଦ୍ଭାବନ ଅସମ୍ଭବ ନୁହେଁ… ଟିକା ଉଦ୍ଭାବନ ଯାତ୍ରା ଖୁବ୍ କଷ୍ଟଦାୟକ ହେବ।

 

 

 

ସମ୍ବନ୍ଧିତ ଖବର