ବିଶ୍ବବ୍ୟାପୀ ୧୮୮ଟି ଦେଶରେ ବୃଦ୍ଧିପାଉଛି କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୧୮୮ଟି ଦେଶରେ ପ୍ରାୟ ୨୨ ନିୟୁତରୁ ଅଧିକ ସଂକ୍ରମଣ କରି କରୋନାଭାଇରସ୍‌ ବିଶ୍ବବ୍ୟାପୀ ବିସ୍ତାର ହୋଇଚାଲିଛି। ସଂକ୍ରମଣ ଯୋଗୁଁ ପାଖାପାଖି ୮ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

ସମ୍ପ୍ରତି କେତେକ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସଂକ୍ରମଣକୁ ପ୍ରାରମ୍ଭିକ ସ୍ତରରେ ଦମନ କରିଥିବା ଦେଶମାନଙ୍କରେ ମଧ୍ୟ ପୁଣି ତାହା ବଢୁଥିବା ଦେଖାଯାଉଛି।

ବିଶ୍ବବ୍ୟାପୀ କରୋନାଭାଇରସ୍ ସଂକ୍ରମଣ ବିଷୟରେ ତଥ୍ୟ ରଖୁଥିବା ୱାର୍ଲଡୋମିଟର୍‌ ୱେବ୍‌ସାଇଟ୍‌ ଅନୁସାରେ, ଏବେ ବିଶ୍ବବ୍ୟାପୀ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨, ୮୬୬, ୧୯୮ରେ ପହଞ୍ଚିଛି। ସଂକ୍ରମଣ ଯୋଗୁଁ ୭୯୭, ୧୬୬ ବ୍ୟକ୍ତଙ୍କର ପ୍ରାଣହାନୀ ଘଟିଥିବା ବେଳେ ୧୫, ୫୨୧, ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Image Courtesy of Foreign Brief

ସଦ୍ୟତମ ତଥ୍ୟ ଅନୁସାରେ, ଏବେ ସଂକ୍ରମଣ ତାଲିକାରେ ବିଶ୍ବର ଶୀର୍ଷ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୫, ୭୪୬,୫୩୪। ସେଥିରୁ ୧୭୭, ୪୨୬ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ  ୩, ୦୯୫, ୯୧୦ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ସେଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨, ୪୭୩, ୧୯୮।

ଦ୍ବିତୀୟ ସ୍ଥାନରେ ଥିବା ବ୍ରାଜିଲ୍‌ରେ ସମୁଦାୟ ସଂକ୍ରମିତ ସଂଖ୍ୟା ୩, ୫୦୫, ୦୯୭ । ସେଥିରୁ ୧୧୨, ୪୨୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ  ୨, ୬୫୩, ୪୦୭ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ସେଠାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୩୯, ୨୬୭।

ତୃତୀୟ ସ୍ଥାନରେ ଥିବା ଭାରତରେ ସମୁଦାୟ ସଂକ୍ରମିତ ସଂଖ୍ୟା ୨,୯୦୬,୫୮୪ । ସେଥିରୁ ୫୪,୯୮୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ  ୨, ୧୫୯, ୮୦୮ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯୧,୭୮୯।

ଚତୁର୍ଥ ସ୍ଥାନରେ ରହିଥିବା ରୁଷ୍‌ରେ ସମୁଦାୟ ସଂକ୍ରମିତ ସଂଖ୍ୟା ୯୪୨, ୧୦୬ । ସେଥିରୁ ୧୬, ୦୯୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଓ  ୭ ୫୫, ୫୧୩ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ରୁଷ୍‌ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭୦, ୪୯୪।

 

 

 

 

ସମ୍ବନ୍ଧିତ ଖବର