ନୂଆଦିଲ୍ଲୀ: ଚୀନରେ ବ୍ୟାପୁଥିବା କରୋନା ଭାଇରାସକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୩,୦୦୦ରୁ ଅଧିକ ଲୋକ ଏହି ଭାଇରସ ସଂକ୍ରମଣର ଶିକାର ହୋଇ ସାରିଲେଣି। ପରିସ୍ଥିତିର ମୁକାବିଲା ପାଇଁ ଚୀନ୍ ସରକାର ଡାକ୍ତରଖାନା ନିର୍ମାଣରେ ଲାଗିଥିବା ବେଳେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। କରୋନା ଭାଇରସର ଶିକାର ହୋଇ ସାରିଥିବା କିଛି ଲୋକ ଜାଣିଶୁଣି ଅନ୍ୟକୁ ସଂକ୍ରମିତ କରାଇବା ପାଇଁ ସେମାନଙ୍କ ଉପରକୁ ଛେପ ପକାଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏ ସମ୍ବନ୍ଧିତ ଏକ ଭିଡିଓ ମଧ୍ୟ ଟୁଇଟରରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ରୋଗୀ ଆସି ଡାକ୍ତରଙ୍କ ଉପରକୁ ଛେପ ପକାଉଥିବା ଦେଖାଯାଉଛି। ତେବେ ଜାଣି ଜାଣି କିଛି ଲୋକ ଏଭଳି କରୁଥିବା ବିଷୟରେ ସୂଚନା ପାଇବା ପରେ ଚୀନବାସୀ ଆହୁରି ସତର୍କ ହୋଇ ଯାଇଛନ୍ତି। ଖାସ୍ କରି ଅଧିକ ପ୍ରଭାବିତ ହୋଇଥିବା ଉହାନ୍ ସହରର ବାସିନ୍ଦା ଏବେ ଘରୁ ବାହାରକୁ ବାହାରିବା ପାଇଁ ଡ଼ରୁଛନ୍ତି।
Follow this Account for : latest update on #CoronaOutbreak
Another shocking footage that shows people deliberately spreading the deadly virus. This time in what looks like a hospital in China.#coronavirus #coronoavirus pic.twitter.com/ud6j7H3F29
— Coronavirus Live Updates (@Rntk____) January 29, 2020
ଉହାନରେ ଶିକ୍ଷୟତ୍ରୀ ଭାବେ କାମ କରୁଥିବା ଜେସିକାଙ୍କ କହିବା ମୁତାବକ, ଏଭଳି ଖବର ପାଇବା ପରେ ମୁଁ ଅଧିକ ସମୟ ବାହାରେ ରହୁନାହିଁ। ଦରକାର ଥିଲେ ହିଁ ବାହାରକୁ ଯାଉଛି। ବାହାରକୁ ଯିବା ସମୟରେ ଶରୀରକୁ ସଂପୂର୍ଣ୍ଣ ଘୋଡ଼ାଇ ମୁଁ ବାହାରକୁ ବାହାରୁଛି। ଏମିତି କି ବାହାରୁ କିଣୁଥିବା ସବୁ ଜିନିଷକୁ ପାଣିରେ ସଫା କରି ମୁଁ ବ୍ୟବହାର କରୁଛି।