ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶବାସୀ ଆଜି ଘର ସମ୍ମୁଖ ଓ ବାଲକୋନିରେ ଦୀପ ଜାଳିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ନିଜ ନିବାସରେ ଦୀପ ଜାଳିଛନ୍ତି । ଦେଶବାସୀ ଆତଶବାଜୀ କରିବା ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।
#WATCH Delhi: PM Narendra Modi lights a lamp after turning off all lights at his residence. India switched off all the lights for 9 minutes at 9 PM today & just lit a candle, ‘diya’, or flashlight, to mark India’s fight against #Coronavirus as per his appeal. pic.twitter.com/9PVHDlOARw
— ANI (@ANI) April 5, 2020
କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଦୀପ ଜାଳିଛନ୍ତି । ଆଜି ରାତି ୯ଟା ହେବା ମାତ୍ରେ ଦେଶବାସୀ ୯ ମିନିଟ ପର୍ଯ୍ୟନ୍ତ ନିଜ ନିଜ ବାଲକୋନି ଓ ନିଜ ଘର ସମ୍ମୁଖରେ ଛିଡା ହୋଇ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଅଥବା ମୋବାଇଲ ଫ୍ଲାସ ଲାଇଟ ଜଳାଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଜାରି କରିବା ସହ ନିବେଦନ କରିଥିଲେ ଯେ, ଆଗାମୀ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଲାନ୍ତୁ । ଏହି ଦୀପ ଜାଳିବା ଦ୍ୱାରା ଅନ୍ଧାର ଭିତରେ କରୋନାକୁ ମୁକାବିଲା କରିହେବ । ଦେଶର ୧୩୦ କୋଟି ଜନତା ମିଳିତ ଭାବେ ମହାଶକ୍ତିର ଜାଗରଣ କରନ୍ତୁ ଓ ଆମର ସଂକଳ୍ପ ନିଅନ୍ତୁ ବୋଲି ମୋଦୀ କହିଥିଲେ ।