ନୂଆଦିଲ୍ଲୀ: ଏମ୍‌ସର ଜନୈକ ବରିଷ୍ଠ ଡାକ୍ତରଙ୍କ ଆସନ୍ନ ପ୍ରସବା ପତ୍ନୀ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ ସୁଦ୍ଧା ଗତକାଲି (ଶୁକ୍ରବାର) ରାତିରେ ଗୋଟିଏ ସୁସ୍ଥ ନବଜାତକକୁ ଜନ୍ମ ଦେଇଛନ୍ତି।

Advertisment

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଏମ୍‌ସର ମନସ୍ତତ୍ତ୍ୱ ବିଭାଗରେ କାର୍ଯ୍ୟରତ ଥିବା ଜଣେ ବରିଷ୍ଠ ଡାକ୍ତର କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ। ପରେ, ତାଙ୍କ ସଂସ୍ପର୍ଶରେ ଥିବା ଡାକ୍ତରଙ୍କ ଆସନ୍ନ ପ୍ରସବା ପତ୍ନୀଙ୍କୁ ପରୀକ୍ଷା କରାଯିବା ପରେ ସେ ମଧ୍ୟ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା।

ପରେ ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନୂଆଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବାବେଳେ ଡାକ୍ତରଙ୍କ ଆସନ୍ନ ପ୍ରସବା ପତ୍ନୀ ଗତକାଲି ରାତିରେ ଗୋଟିଏ ସୁସ୍ଥ ନବଜାତକକୁ ଜନ୍ମ ଦେଇଛନ୍ତି। ନବାଜାତକଟି ଏବେ ସୁସ୍ଥ ଥିବା ବେଳେ କରୋନା ଆକ୍ରାନ୍ତ ଡାକ୍ତର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏମ୍‌ସ ପକ୍ଷରୁ କୁହାଯାଇଛି।